fbpx

ବଡ଼ଦାଣ୍ଡ ମୁକୁଳା ଡ୍ରେନ୍ ନେଲା ଜୀବନ, ଦେଖନ୍ତୁ Video

ପୁରୀ(ଓଡ଼ିଶା ଭାସ୍କର): ମୁକୁଳା ଡ୍ରେନ୍ ନେଲା ଯୁବକଙ୍କ ଜୀବନ । ପୁରୀ ମାର୍କେଟ ଛକ ନିକଟରେ ଘଟିଯାଇଛି ଏହି ଅଘଟଣ । ସେହି ମୁକୁଳା ଡ୍ରେନରେ ପଡ଼ିବା କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ତେବେ ବଡ଼ଦାଣ୍ଡ ମାର୍କେଟ ଛକ ନିକଟ ନାଳରେ ମୃତଦେହ ପଡ଼ିରହିଛି । ଅନ୍ୟପଟେ ମୃତ ଯୁବକ ଜଣକ କିଏ ବୋଲି ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରି ନାହିଁ । ସୂଚନା ଅନୁସାରେ, ଡ୍ରେନ୍ ସଫା କରିବା ପାଇଁ ସ୍ଲାବ୍ ଉଠାଯାଇଥିଲା । କିନ୍ତୁ କାମ ସରିବା କରେ ତାହାକୁ ବନ୍ଦ କରାଯାଇନଥିଲା । ସେହି ବାଟଦେଇ ଯାଉଥିବା ଜଣେ ଯୁବକ ଡ୍ରେନରେ ପଡ଼ି ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସବୁଠୁ ବଡ କଥା ଗତ କିଛିଦିନ ତଳେ ଡ୍ରେନ ଉପରେ ସ୍ଲାବ ପକାଇବା ପାଇଁ ପୁରୀ ପୌର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇ ଥିଲେ ମଧ୍ୟ କେହି ଶୁଣି ନ ଥିଲେ । ପ୍ରଶାସନର ଅବହେଳା ଯୋଗୁଁ ଗୋଟିଏ ନିରୀହ ଜୀବନ ଚାଲି ଯାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଡ୍ରେନରେ ପଡି ମୃତ୍ୟୁ ହୋଇଛି ନା କିଏ ତାଙ୍କୁ ହତ୍ୟା କରି ପକାଇ ଦେଇଛି, ତାହା ଏବେ ସନ୍ଦେହ ଘେରରେ ରହିଛି ।

Get real time updates directly on you device, subscribe now.