fbpx

ଉତ୍ତରପ୍ରଦେଶରେ ମାଦ୍ରାସାକୁ ଆଉ ମିଳିବନି ଅନୁଦାନ, ମୁଖ୍ୟମନ୍ତ୍ରୀ ଯୋଗୀ ବଦଳାଇଲେ ଅଖିଳେଶଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାର ଏବେ ସ୍ଥାୟୀ ମାନ୍ୟତା ପ୍ରାପ୍ତ ମାଦ୍ରାସାକୁ ଅନୁଦାନ ଦେବେ ନାହିଁ । ମଙ୍ଗଳବାର ବସିଥିବା ଖ୍ୟାବିନେଟ ବୈଠକରେ ଅଳ୍ପସଂଖ୍ୟକ କଲ୍ୟାଣ ବିଭଅଗ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଉପରେ ଏହି ନିଷ୍ପତି ହୋଇଛି ।

ରାଜ୍ୟରେ ପୁର୍ବ ସରକାର ଅର୍ଥାତ୍ ଅଖିଳେଶ ଯାଦବଙ୍କ ସରକାର ସମୟରେ ହୋଇଥିବା ନିଷ୍ପତ୍ତିକୁ ବଦଳାଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୨୦୦୩ ପର୍ଯ୍ୟନ୍ତ ମାନ୍ୟତା ପ୍ରାପ୍ତ ୧୪୬ରୁ ୧୦୦ ମାଦ୍ରାସକୁ ଅନୁଦାନ ପ୍ରଦାନ କରିବାକୁ ଅଖିଳେଶ ସରକାର ନିଷ୍ପତ୍ତି ନେଇଥିଲେ । ଏହା ପରେ ୧୦୦ ମାଦ୍ରାସାକୁ ଅନୁଦାନ ତାଲିକାରେ ଯୋଡ଼ା ଯାଇଥିଲା ।

ବାକି ୪୬ ମାଦ୍ରାସାକୁ ତାଲିକାରେ ସାମିଲ କରିବା ପୁର୍ବରୁ ସମାଜବାଦୀ ପାର୍ଟିରେ ଅନ୍ତକନ୍ଦଳ ଆରମ୍ଭ ହୋଇଯାଇଥିଲା । ଏହା ପରେ ୪୬ ମାଦ୍ରାସାକୁ ଅନୁଦାନ ମିଳିପାରି ନଥିଲା । ଏଥି ମଧ୍ୟରୁ କିଛି ମାଦ୍ରାସା କୋର୍ଟଙ୍କ ଶରଣରେ ଯାଇଥିଲେ । ବର୍ତ୍ତମାନ ପ୍ରାୟ ୫୬୦ ମାଦ୍ରାସାକୁ ରାଜ୍ୟ ସରକାର ଅନୁଦାନ ଦେଉଛନ୍ତି । ଏହି ଅନୁଦାନ ମାଧ୍ୟମରେ ମାଦ୍ରାସାରେ କାର୍ଯ୍ୟ କରୁଥିବା ଶିକ୍ଷକ ଏବଂ କାର୍ମଚାରୀଙ୍କୁ ଦରମା ମିଳିଥାଏ ।

Get real time updates directly on you device, subscribe now.