fbpx

IPL 2022 ଛାଡି ନ୍ୟୁଜିଲାଣ୍ଡ ଫେରିଗଲେ କେନ ଓ୍ଵିଲିୟମସନ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ ଓ୍ଵିଲିୟମସନ ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁରୁତ୍ଵପୂର୍ଣ୍ଣ ବିଜୟ ପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ନ୍ୟୁଜିଲାଣ୍ଡର ଅଧିନାୟକ ଓ୍ଵିଲିୟମସନ ଆଇପିଏଲ ୨୦୨୨କୁ ଛାଡି ସ୍ଵଦେଶ ଅଭିମୁଖେ ଯାତ୍ରା କରିଛନ୍ତି। କାରଣ ଓ୍ଵିଲିୟମସନ ଦ୍ଵିତୀୟ ଥର ପିତା ହେବାକୁ ଯାଉଛନ୍ତି।  ସେ ଏହି ସମୟରେ ନିଜ ପତ୍ନୀ ଏବଂ ପରିବାର ସହ ରହିବା ପାଇଁ ସ୍ଵଦେଶ ଫେରିଛନ୍ତି।

ସନରାଇଜର୍ସ ହାଇଦ୍ରାବାଦ ଟୁଇଟ୍ କରି ଏହାର ସୂଚନା ଦେଇଛି। ଫ୍ରାଞ୍ଚାଇଜି କହିଛି, ଆମର ଅଧିନାୟକ କେନ ଓ୍ଵିଲିୟମସନ ନ୍ୟୁଜିଲାଣ୍ଡ ଫେରି ଯାଇଛନ୍ତି। ସେ ନିଜ ପରିବାରର ନୂତନ ସଦସ୍ୟଙ୍କୁ ସ୍ଵାଗତ କରିବା ପାଇଁ ଘରକୁ ଯାଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦର ସମସ୍ତ ସଦସ୍ୟ କେନ ଓ୍ଵିଲିୟମସନ ଏବଂ ତାଙ୍କ ପତ୍ନୀଙ୍କୁ ସୁରକ୍ଷିତ ପ୍ରସବ ଏବଂ ଢେର ସାରା ଖୁସିର ଶୁଭକାମନା ଜଣାଉଛନ୍ତି।

 

ହାଇଦ୍ରାବାଦ ନିଜର ଶେଷ ମୁକାବିଲା ମେ ୨୨ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିବ। ଓ୍ଵିଲିୟମସନଙ୍କ ଅନୁପସ୍ଥିତିରେ ହାଇଦ୍ରାବାଦର ଅଧିନାୟକ ଦାୟିତ୍ଵ କିଏ ସମ୍ଭାଳିବ ଏହି ବିଷୟରେ ଫ୍ରାଞ୍ଚାଇଜି ଅଦ୍ୟାବଧି କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଦଳ ବର୍ତ୍ତମାନ ପଏଣ୍ଟ ତାଲିକାର ଅଷ୍ଟମ ସ୍ଥାନରେ ରହିଛି ଏବଂ ଫ୍ଲେ ଅଫ ଦୌଡରେ ରହିଛି।

Get real time updates directly on you device, subscribe now.