fbpx

ଏମ୍ସରେ ୩୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଏବେ ମାଗଣା, ଘରୋଇ ୱାର୍ଡର ଦେୟ ହେଲା ଦୁଇଗୁଣା

ନୁଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(ଏମ୍ସ) ଚିକିତ୍ସା ପାଇଁ ଯାଉଥିବା ରୋଗୀମାନଙ୍କ ପାଇଁ ଆଶ୍ୱସ୍ଥିକର ଖବର । ହଜାର ହଜାର ରୋଗୀଙ୍କୁ ଏବେ ବଡ଼ ରିହାତି ମିଳିିଛି । ଏମ୍ସ କତ୍ତୃପକ୍ଷ ଗୁରୁବାର ଏନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ୩୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଯାଞ୍ଚ ନିଶୁକ୍ଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ବାକି ପ୍ରାଇଭେଟ ୱାର୍ଡର ଶୁକ୍ଳ ଦୁଇଗୁଣା ବଢ଼ାଇ ଦେଇଛି । ପ୍ରାୟ ୧୦ ବର୍ଷ ପରେ ଏମ୍ସ କତ୍ତୃପକ୍ଷ ଶୁକ୍ଳ ବୃଦ୍ଧି କରିଛନ୍ତି ।

ବର୍ତ୍ତମାନ ରକ୍ତ ପରୀକ୍ଷା, ଏକ୍ସରେ, ଅଲ୍ଟ୍ରାସାଉଣ୍ଡ ଆଦି ନିଶୁକ୍ଳ ହେବ । ଯେଉଁଥି ପାଇଁ ରୋଗୀଙ୍କୁ ପ୍ରାୟ ୩୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଥିଲା । ତେବେ ରୋଗୀଙ୍କ ଉପରେ ଖର୍ଚ୍ଚଭାର ହ୍ରାସ କରିବା ପାଇଁ ଏମ୍ସ କତ୍ତୃପକ୍ଷ ୫୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଯାଞ୍ଚକୁ ନିଶୁକ୍ଳ କରିବାକୁ ଯୋଜନା କରୁଥିଲେ । ଏହି ନିଷ୍ପତ୍ତିରେ ଏମ୍ସ ବିଜେଟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ତେବେ ଖର୍ଚ୍ଚର ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରାଇଭେଟ ବିଭାଗରେ ଶୁକ୍ଳ ବୃଦ୍ଧି କରାଯାଇଛି ।

ଘରୋଇ ୱାର୍ଡ ରୁମ୍ ଏବଂ ଖାଦ୍ୟ ହେବ ମହଙ୍ଗା ।

୧. ବେସରକାରୀ ୱାର୍ଡରେ, ବର୍ତ୍ତମାନ ୨୦୦୦ ପରିବର୍ତ୍ତେ, ୩୦୦୦ କୁ ଏକ ବି ଶ୍ରେଣୀ କୋଠରୀ ପାଇଁ ଦେବାକୁ ପଡିବ ।
୨. ଡିଲକ୍ସ ରୁମ୍ ପାଇଁ, ତିନି ହଜାର ବଦଳରେ ଆପଣଙ୍କୁ ୬୦୦୦ ଟଙ୍କା ଦେବାକୁ ପଡିବ ।
୩. ଖାଦ୍ୟ ମଧ୍ୟ ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ହେଉଛି ଏହି ନୂତନ ଶୁଳ୍କ ଜୁନ୍ ୧ ରୁ ଲାଗୁ ହେବ ।

Get real time updates directly on you device, subscribe now.