fbpx

ଗୋଷ୍ଠୀ ସଂକ୍ରମଣ ହୋଇପାରେ ମଙ୍କିପକ୍ସ: WHO

ନୂଆଦିଲ୍ଲୀ: ଦୁନିଆରେ ଏବେ ମଙ୍କିପକ୍ସ ଭାଇରସ୍ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏହାରି ମଧ୍ୟରେ ମଙ୍କିପକ୍ସକୁ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ସତର୍କ ନରହିଲେ ଏହା ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି WHO କହିଛି ।

ତେବେ ୟୁରୋପ ଓ ଆମେରିକାରେ ମଙ୍କିପକ୍ସ ବ୍ୟାପିବାରେ ଲାଗିଛି । ୨୦ଟି ଦେଶରେ ୨ ଶହରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହେଲେଣି । ଭୂତାଣୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ WHO ପରାମର୍ଶ ଦେଇଛି । ଏଥିପାଇଁ କଣ୍ଟାକ୍ଟ ଟ୍ରେସିଂ, ଗୃହ ସଙ୍ଗରୋଧ ଭଳି ପଦକ୍ଷେପ ନେବା ଜରୁରୀ ବୋଲି WHO କହିଛି ।

ଏହାରି ମଧ୍ୟରେ ଏକ ଅଗ୍ରଣୀ ଭାରତୀୟ କମ୍ପାନୀ ଏହି ରୋଗର ଯାଞ୍ଚ ପାଇଁ ନୂଆ ଆରଟି-ପିସିଆର କିଟ୍ ଲଞ୍ଚ କରିଛି । ମେଡିସିନ୍ ଉପକରଣ ତିଆରା କରୁଥିବା କମ୍ପାନୀ ଶୁକ୍ରବାର ଦିନ ଘୋଷଣା କରିଛି ଯେ, କମ୍ପାନୀ ଆରଟି-ପିସିଆର କିଟ୍ ବିକଶିତ କରିଛି ଯାହା ମଙ୍କିପକ୍ସର ରିଅଲ୍ ଟାଇମ୍ ରିପୋର୍ଟ ଦେବ । ରୋଗୀଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଅଛି କି ନାହିଁ, ତାହା ଏହି କିଟ୍ ବ୍ୟବହାର କରିବା ଦ୍ୱାରା ଜଣାପଡିବ ।

Get real time updates directly on you device, subscribe now.