fbpx

ଅଦାନୀଙ୍କ କମ୍ପାନୀ ନିର୍ମାଣ କରିବ ଡ୍ରୋନ୍, ଏହି ଷ୍ଟାର୍ଟଅପରେ କିଣିଲା ୫୦% ଅଂଶଧନ

ନୂଆଦିଲ୍ଲୀ: ଅଦାନୀ ଏଣ୍ଟରପ୍ରାଇଜେସ୍ ର ସବସିଡାରୀ କମ୍ପାନୀ ଅଦାନୀ ଡିଫେନ୍ସ ସିଷ୍ଟମ ଆଣ୍ଡ୍ ଟେକ୍ନୋଲୋଜୀ ଲିମିଟେଡ୍ ୨୭ ମେ ୨୦୨୨ ରେ କୃଷି ଡ୍ରୋନ୍ ଷ୍ଟାର୍ଟଅପ୍ ଜେନେରାଲ ଏରୋନଟିକ୍ସରେ ୫୦ % ଅଂଶୀଦାର କିଣିଛି । କମ୍ପାନୀ କହିଛି ଯେ ଏହି ଅଧିଗ୍ରହଣ ପ୍ର୍ରକ୍ରିୟା ୩୧ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇଯିବ ।

ବେଙ୍ଗାଲୁରୁ ସ୍ଥିତ ଜେନେରାଲ ଏରୋନଟିକ୍ସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡାଟା ଆନାଲିଟିକ୍ସର ଉପଯୋଗ କରି ଜ୍ଞାନକୌଶଳ ଆଧାରରେ ଫସଲର ସୁରକ୍ଷା ସେବା, ଫସଲ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ଏବଂ ଅମଳ ଉପରେ ନଜର ରଖିବା ପାଇଁ ରୋବୋଟିକ୍ ଡ୍ରୋନ୍ ବିକଶିତ କରିଥାଏ । ଏହି ଅଧିଗ୍ରହଣ ଏପରି ସମୟରେ ହୋଇଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ନିବେଶକଙ୍କୁ ଭାରତର ଡ୍ରୋନ୍ ଇଣ୍ଡଷ୍ଟ୍ରିରେ ନିବେଶ କରିବାକୁ ଆମନ୍ତ୍ରିତ କରିଛନ୍ତି । ସଚନାଯୋଗ୍ୟ ଯେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସବୁଠୁ ବଡ଼ ଡ୍ରୋନ୍ ଉତ୍ସବ ଭାରତ ଡ୍ରୋନ୍ ମହୋତ୍ସବ ୨୦୨୨ ର ଉଦଘାଟନ କରିଛନ୍ତି ।

ଅଦାନୀ ଗ୍ରୁପ୍ ର କମ୍ପାନୀ କହିଛି ଯେ ସେ ନିଜର ସୈନ୍ୟ ଡ୍ରୋନ୍ ଏଆଇ/ଏମଏଲର ଲାଭ ଉଠାଇବ ଏବଂ ଘରୋଇ କୃଷି କ୍ଷେତ୍ର ପାଇଁ ମହତ୍ତ୍ୱପୂର୍ଣ୍ଣ ସମାଧାନ ପ୍ରଦାନ କରିବା ପାଇଁ ଜେନେରାଲ ଏରୋନଟିକ୍ସ ସହ କାମ କରିବ । ସୂଚନାଥାଉ, ଯେ ଜେନେରାଲ ଏରୋନଟିକ୍ସ ଏକ ଏଣ୍ଡ-ଟୁ-ଏଣ୍ଡ ଆଗ୍ରୀ ପ୍ଲାଟଫର୍ମ ସଲ୍ୟୁସନ ଯାହା ରୋବୋଟିକ୍ ଡ୍ରୋନ୍ ଏବଂ ଫସଲ ସୁରକ୍ଷ ସେବା, ଫସଲ ସ୍ୱାସ୍ଥ୍ୟ, ସଠିକ୍ କୃଷି ଏବଂ ଅମଳର ନଜର ରଖିବା ପାଇଁ ସମାଧାନ ପ୍ରଦାନ କରିଥାଏ । ବର୍ତ୍ତମାନ ଏହା ବେଙ୍ଗାଲୁରୁରେ ରହିଛି ।

Get real time updates directly on you device, subscribe now.