fbpx

KGF ପରି ଦେଶରେ ରହିଛି ବଡ଼ ସୁନାଖଣି, ଖୋଦେଇ ପାଇଁ ସରକାରଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ: ଆପଣ ନିକଟରେ କେଜିଏଫ୍ ଫିଲ୍ମ ଦେଖିଥିବେ ଯେଉଁଥିରେ ସୁନା ଖଣିକୁ କବ୍ଚା କରିବା ପାଇଁ ଲଢ଼େଇ ହେଉଛି । ଫିଲ୍ମରେ ଅଭିନେତା ୟଶ୍ ଅର୍ଥାତ୍ ରକି ଭାଇ ସବୁଠୁ ବଡ଼ ସୁନା ଖଣି ଉପରେ କବ୍ଚା କରୁଛନ୍ତି ଏବଂ ସେଥିରୁ ଏତେ ସୁନା ବାହାରୁଛି ଯେ ସମସ୍ତେ ଚକିତ ହେଉଯାଉଛନ୍ତି ।

ତେବେ ଏଠାରେ କେଜିଏଫ୍ ଭଳି ବିହାରର ଜମୁଈରେ ଦେଶର ସବୁଠୁ ବଡ଼ ସୁନା ଖଣିରୁ ସୁନା ବାହାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅବଶ୍ୟ ଏଠାରେ ଏହି କାମ ରକି ଭାଇ ନୁହେଁ ବରଂ ଲୋକଙ୍କ ହିତ ପାଇଁ ରାଜ୍ୟ ସରକାର କରିବେ । ଏଥିପାଇଁ ବିହାର ସରକାର ଜମୁଈ ଜିଲ୍ଲାରେ ଦେଶର ସବୁଠୁ ବଡ଼ ସୁନା ଭଣ୍ଡାରକୁ ଖୋଜ୍ ପାଇଁ ଅନୁମତି ଦେଇଛନ୍ତି ।

ଭାରତୀୟ ଭୌଗୋଳିକ ସର୍ବେକ୍ଷଣ(ଜିଏସଆଇ) ଅନୂଯାୟୀ, ଜମୁଈ ଜିଲ୍ଲାରେ ୩୭.୬ ଟନ୍ ଖଣିଜ ସହ ପ୍ରାୟ ୨୨୨.୮୮ ମିଲିୟନ ଟନ୍ ସୁନାର ଭଣ୍ଡାର ରହିଛି । ଜମୁଈରେ ସୁନାର ଭଣ୍ଡାର ଖୋଜ୍ ପାଇଁ ଖଣି ଏବଂ ଭୂବିଜ୍ଞାନ ବିଭାଗ ଏବଂ ରାଷ୍ଟ୍ରୀୟ ଖଣିଜ ବିକାଶ ନିଗମ ସହ ଯାଞ୍ଚ କରୁଥିବା ଏଜେନ୍ସୀଙ୍କ ସହ ବିଚାର କରୁଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତ ବର୍ଷ ଲୋକସଭା ସୂଚନା ଦେଇଥିଲେ ଯେ ବିହାରରେ ୨୨୨.୮୮୫ ମିଲିୟନ ଟନ୍ ସୁନା ଧାତୁ ରହିଛି ।  ଯାହା ଦେଶର ସମୁଦାୟ ସୁନା ଭଣ୍ଡାରର ୪୪ ପ୍ରତିଶତ ।

Get real time updates directly on you device, subscribe now.