fbpx

ଆଇପିଏଲ ଫାଇନାଲ: ମୋବାଇଲରେ ମାଗଣାରେ ଏମିତିରେ ଦେଖିପାରିବେ ମୁକାବିଲା

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ ୨୦୨୨ର ଫାଇନାଲ ଆଜି ଖେଳାଯିବ । ରାଜସ୍ଥାନ ଆଇପିଏଲର ପୁଣିଥିରେ ଟାଇଟଲ ନିଜ ନାଁରେ କରିବାକୁ ଚେଷ୍ଟା କରିବ ଯେତେବେଳେକି ଗୁଜରାଟ ଟାଇଟନ୍ସ ପ୍ରଥମ ଥର ଟାଇଟଲ ଜିତିବା ପାଇଁ ଚେଷ୍ଟା କରିବ ।

ଆଜି ଲକ୍ଷ ଲକ୍ଷ ଫ୍ୟାନ୍ସ ଆଇପିଏଲ ୨୦୨୨ର ଫାଇନାଲ ମ୍ୟାଚ ଦେଖିବେ । ଏହାକୁ ଆପଣ ଟିଭି ବ୍ୟତୀତ ମୋବାଇଲରେ ବି ଦେଖିପାରିବେ । ଆଇପିଏଲ ୨୦୨୨ର ଲାଇଭ ଷ୍ଟ୍ରିମିଂ ଡିଜନୀ ପ୍ଲସ ହଟଷ୍ଟାରରେ ହୋଇଥାଏ । ତେବେ କିପରି ଆପଣ ଡିଜନୀ ପ୍ଲସ ହଟଷ୍ଟାରରେ ଆଇପିଏଲର ଲାଇଭ ଫ୍ରିରେ ଦେଖିପାରିବେ ସେନେଇ କହିବାକୁ ଯାଉଛୁ । ପ୍ରକୃତରେ ଡିଜନୀ ପ୍ଲସ ହଟଷ୍ଟାରର ମୋବାଇଲ ପ୍ଲାନ ଏକ ବର୍ଷ ପାଇଁ ୪୯୯ ଟଙ୍କା ରହିଛି । ଏଥିରେ ଆପଣ କେବଳ ସ୍ମାର୍ଟଫୋନରେ ଡିଜନୀ ପ୍ଲସ ହଟଷ୍ଟାର ଆକସେସ୍ କରିପାରିବେ । ଏଥିରେ ଏଚଡି କ୍ୱାଲିଟିରେ ଆପଣ କଣ୍ଟେଣ୍ଟ ଦେଖିପାରିବେ । ଏହାପରେ ୮୯୯ ଟଙ୍କା ଏବଂ ୧୪୯୯ ଟଙ୍କା ପ୍ଲାନରେ ଆପଣ ଏକ ମାସର ପ୍ଲାନ ମଧ୍ୟ ନେଇପାରିବେ ।

ତେବେ ଯଦି ଆପଣ ଜିଓ, ଏୟାରଟେଲ, ଭିଆଇ ଗ୍ରାହକ ଡିଜନୀ ପ୍ଲସ ହଟଷ୍ଟାର ଫ୍ରି ରେ ବି ଦେଖିପାରିବେ । ଏଥିପାଇଁ ହଟଷ୍ଟାର ସହ ଆସୁଥିବା ପ୍ଲାନ ନେବାକୁ ପଡ଼ିବ । ଏହି କମ୍ପାନୀମାନେ ଏଭଳି ପ୍ଲାନ ଦେଉଛନ୍ତି ଯାହା ଡିଜନୀ ପ୍ଲସ ହଟଷ୍ଟାର ସବସ୍କ୍ରିପ୍ସନ ସହ ଆସିଥାଏ । ଏହା ବ୍ୟତୀତ ଫ୍ଲିପକାର୍ଟ ସୁପରକଏନ ଦ୍ୱାରା ଡିଜନୀ ପ୍ଲସ ହଟଷ୍ଟାର ସବସ୍କ୍ରିପସନ ନେଇପାରିବେ । ଏଥିପାଇଁ ଆପଣଙ୍କୁ ପାଖରେ ୪୯୯ ସୁପରକଏନ ଥିବା ଆବଶ୍ୟକ । ଏଥିରେ ଆପଣ ହଟଷ୍ଟାର ସପସ୍କ୍ରିପସନ ରିଡିମ କରି ଫ୍ରିରେ ଆଇପିଏଲ ୨୦୨୨ ର ଫାଇନାଲ ଦେଖିପାରିବେ ।

 

Get real time updates directly on you device, subscribe now.