fbpx

କରୋନା ପରେ ଏହି ରୋଗ ହେବ ମହାମାରୀର କାରଣ: ରିପୋର୍ଟ ଦେଲା WHO

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଗତ ଦୁଇ ବର୍ଷରୁ ସାରା ବିଶ୍ୱରେ ମହାମାରୀ ପରିସ୍ଥିତି ଲାଗି ରହିଛି । ଲକ୍ଷଲକ୍ଷ ଲୋକ ଏହି ମହାମାରୀ ସକାଶେ ପ୍ରାଣ ହରାଇ ସାରିଛନ୍ତି । ତେବେ ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ଏକ ବିରା ବୟାନ । ଯାହା ସମସ୍ତଙ୍କୁ ପୁଣି ଥର ଭୟଭୀତ କରାଇଛି । ଏହି ରୋଗକୁ ମଙ୍କୀିପକ୍ସ ବୋଲି କୁହାଯାଉଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଏବେ ପର୍ଯ୍ୟନ୍ତ ୨୪ ଦେଶରୁ ମୋଟ ୪୩୫ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ଆଫ୍ରିକା ବାହାରେ ଥିବା କିଛି ଦେଶର ମାମଲାରେ ସ୍ପାଇକ ସହ ଜଡିତ ଅପେକ ଘଟଣା ସ୍ପଷ୍ଟ ହୋଇ ନାରିନାହିଁ । ତେବେ ଏହି ଭାଇରସକୁ କୋଭିଡ-୧୯ ସହ ତୁଳନା କରାଯାଇ ପାରିବନାହିଁ । ଏହା କରୋନା ମହାମାରୀଠୁ ଯଥେଷ୍ଟ ଅଲଗା ଏବଂ ଭିନ୍ନ । ତେବେ ଭୂତାଣୁର ଜେନେଟିକ ପ୍ରକୃତି ବିଷୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ସ୍ପଷ୍ଟ ନୁହଁନ୍ତି ।

କୋଭିଡ-୧୯ କିମ୍ବା ଅନ୍ୟ ଭାଇରସଗୁଡିକ ପରି ଏହା ଏତେ ଶୀଘ୍ର ବ୍ୟାପୁ ନଥିବା ଜଣାଯାଇଛି । ଏବେ ବୈଶ୍ୱିକ ସଂକ୍ରମଣକୁ ନେଇ ସେତେଟା ଚିନ୍ତା ନଥିବା ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ ରୋସମଣ୍ଡ ଲୁଇସ । ତେବେ ବଢୁତିବା ସଂକ୍ରମଣ ସଂଖ୍ୟା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା ।

Get real time updates directly on you device, subscribe now.