fbpx

ବିବାଦ ଘେରରେ କ୍ୟାପଟେନ କୁଲ: ଧୋନୀଙ୍କ ନାଁରେ ଏମିତି ମାମଲା ଦାୟର

ନୂଆଦିଲ୍ଲୀ: ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ତାଙ୍କ ସରଳତା ଏବଂ ସଚ୍ଚୋଟତା ପାଇଁ ସମସ୍ତେ ଜାଣନ୍ତି । ଅନେକ ଥର ଫିଲ୍ଡରେ ଅମ୍ପାୟାରଙ୍କ ସିଗନାଲ ପୂର୍ବରୁ ସେ ନିଜ ଆଉଟକୁ ଶ୍ୱୀକାର କରି ନେଇଥିବା ନଜର ଆସିଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଏବେ ଆସିଛି ଏମିତି ଏକ ମାମଲା, ଯାହାକୁ ଶୁଣିଲେ ହୁଏତ କେହି ବିଶ୍ୱାସ କରି ପାରିବେନି । ଜଣଙ୍କୁ ଟଙ୍କା ପଇସା ମାମଲାରେ ଧୋକା ଦେଇଥିବା ନେଇ ମାହିଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ତେବେ ଧୋନୀଙ୍କ ସମେତ ୭ ଜଣଙ୍କ ବିରୋଧରେ ଏହି କେସ ଦେଇଛନ୍ତି ଜଣେ ଖାଦ୍ୟ ବ୍ୟବସାୟୀ । ୩୦ ଲକ୍ଷ ଟଙ୍କାର ଚେକ ବାଉନ୍ସ ହୋଇଛି, ଯାହାକୁ ନେଇ ଧୋନୀଙ୍କ ସମେତ ୭ ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶା ଯାଇଛି । ପ୍ରକୃତରେ ଏହି ମାମଲା ଦୁଇ କମ୍ପାନୀ ମଧ୍ୟରେ ଉପୁଜିଛି । ଏସ.କେ ଏଣ୍ଟରପ୍ରାଇଜେସ ନାମକ କମ୍ପାନୀ ସହିତ ଟାଏ ଅପ କରିଥିଲା ଏକ ଖାଦ୍ୟ ବ୍ୟବସାୟ କମ୍ପାନୀ । କମ୍ପାନୀ ତରଫରୁ ଖାଦ୍ୟ ପଠାଇ ଦିଆଯାଇଥିଲେ ହେଁ, ସେଠାରେ ମାର୍କେଟିଂ ପାଇଁ ସହଯୋଗ କରାଗଲା ନାହିଁ । ତେଣୁ ଏଜେନ୍ସିର ମାଲିକ ନୀରଜ କୁମାର ନିରାଲା କମ୍ପାନୀ ଉପରେ ଅସହଯୋଗ କରୁତିବା ଅଭିଯୋଗରେ ଏକ ମାମଲା ରୁଜୁ କରିଛନ୍ତି । ତାଙ୍କର କ୍ଷତି ହେବାର କାରଣ ଏହାକୁ ଦର୍ଶାଇଛନ୍ତି ।

ଅଭିଯୋଗ ପରେ ମାଲ ଫେରାଇ ନେବା ସହ ୩୦ ଲକ୍ଷ ଟଙ୍କାର ଚେକ ଦେଇଥିଲା କମ୍ପାନୀ । ତେବେ ବ୍ୟାଙ୍କରେ ଏହି ଚେକ ବାଉନ୍ସ ହୋଇଯିବା ନେଇ ସେ ବାରମ୍ବାର କମ୍ପାନୀକୁ ସୂଚାଇଥିଲେ ହେଁ, ଏହାକୁ କେହି ଗୁରୁତ୍ୱ ଦେଇ ନଥିଲେ । ଏହାପରେ ଏ ନେଇ ଅଭିଯୋଗ କରିଛନ୍ତି ନୀରଜ କୁମାର । ଧୋନୀ ଏହି ପ୍ରଡକ୍ଟର ବିଜ୍ଞାପନ କରିଥିଲେ । ତେଣୁ ଅନ୍ୟମାନଙ୍କ ସହିତ ଧୋନୀ ମଧ୍ୟ ଏହି କେସ ଭିତରକୁ ଟାଣି ହୋଇ ଆସିଛନ୍ତି ।

Get real time updates directly on you device, subscribe now.