fbpx

ଏସିଆ କପ ହକି: ଜାପାନକୁ ହରାଇ ବ୍ରୋଞ୍ଜ ମେଡାଲ ଉପରେ କବଜା କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ୨୦୨୨ ଏସିଆ କପ ହକିରେ ଫାଇନାଲକୁ ପହଞ୍ଚିବାରେ ଫେଲ ମାରିଛି ଟିମ ଇଣ୍ଡିଆ । କିନ୍ତୁ ଜାପାନକୁ ହରାଇ ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ ମେଡାଲ ଉପରେ କବଜା କରିନେଇଛି । ଜକାର୍ତ୍ତାରେ ଖେଳାଯାଉଥିବା ଆଜିର ମ୍ୟାଚରେ ଜାପାନକୁ ୧-୦ରେ ହରାଇଛି ଭାରତ । ଏହା ସହିତ ଏସିଆ କପରେ ବ୍ରୋଞ୍ଜ ମେଡାଲ ନିଜ ନାମରେ କରି ନେଇଛି ।

ଏହି ମ୍ୟାଚରେ ଉଭୟ ଦଳର ଖେଳାଳି କଡା ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା । ମ୍ୟାଚର ତଥା ଭାରତର ଏକମାତ୍ର ଗୋଲ ସ୍କୋର କରିଥିଲେ ରାଜ କୁମାର ପାଲ । ସପ୍ତମ ମିନିଟରେ ସେ ଏହି ଗୋଲ ହାସଲ କରିବାରେ ସଫଳ ହୋଇଥିଲେ । ଆସନ୍ତାବର୍ଷ ହେବାକୁ ଥିବା ବିଶ୍ୱକପ ପାଇଁ ଏହା ଏକ କ୍ୱାଲିଫାୟାର ଟୁର୍ଣ୍ଣାମେଣ୍ଟ ଭାବେ ଅନୁଷ୍ଠିତ ହେଉଛି । ତେବେ ଭାରତ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଥିବାରୁ ସେ ପ୍ରଥମରୁ ହିଁ ବିଶ୍ୱକପ ପାଇଁ କ୍ୱାଲିଫାଏ କରିସାରିଛି ।

କୋରିଆ ବିପକ୍ଷ ମ୍ୟାଚ ୪-୪ରେ ଡ୍ର ରହିବାରୁ ଫାଇନାଲରେ ପ୍ରବେଶ କରି ପାରି ନଥିଲା ଭାରତ । ଫାଇନାଲ ମ୍ୟାଚରେ ମାଲେସିଆ ଏବଂ କୋରିଆ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଗୋଲ୍ଡ ମେଡାଲ ପାଇଁ ଉଭୟ ଦଳ ମଧ୍ୟରେ ଲଢେଇ ହେବ ।

Get real time updates directly on you device, subscribe now.