fbpx
BJD
BJD SKY
BJD SKY

ସିଦ୍ଦୁ ମୁସେୱାଲାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

BJD

ଚଣ୍ଡିଗଡ଼(ଓଡ଼ିଶା ଭାସ୍କର): ପ୍ରସିଦ୍ଧ ଗାୟକ ସିଦ୍ଦୁ ମୁସେୱାଲାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବାକୁ ଶୁକ୍ରବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମାନସାର ମୁସା ଗ୍ରାମରେ ପହଞ୍ଚିଥିଲେ। ଏହାପୁର୍ବରୁ ମୁସା ଗ୍ରାମରେ ଆପ୍ ବିଧାୟକ ଗୁରୁପ୍ରୀତ ସିଂହ ବନାୱଲିଙ୍କୁ ଲୋକେ ବିରୋଧ କରିଥିଲେ ଏବଂ ଗ୍ରାମବାସୀ ତାଙ୍କ ବିରୋଧରେ ନାରାବାଜୀ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରେ ରଖି ଗାଁରେ ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରାଯାଇଛି। ଏହାକୁ ବିରୋଧ କରି ଗ୍ରାମବାସୀ ଏକତ୍ରୀତ ହୋଇଯାଇଥିଲେ। ସେମାନେ କହିଛନ୍ତି ଯେ ସୁରକ୍ଷା ବାହାନାରେ ସେମାନଙ୍କ ଗାଡ଼ିକୁ ଗ୍ରାମରେ ପୁରାଇ ଦିଆଯାଉ ନାହିଁ।

ଗୁରୁବାର ମୁସେୱାଲାଙ୍କ ଗ୍ରାମରେ ନେତାମାନଙ୍କ ଲାଇନ୍ ଲାଗିଥିଲା। ଆପ୍ ସରକାରରେ ଅର୍ଥମନ୍ତ୍ରୀ ଥିବା କୂଲଦୀପ ସିଂହ ମୁସେୱାଲାଙ୍କ ଘରେ ପହଞ୍ଚିଥି ଶୋକ ପ୍ରକାଶ କରିଥିଲେ। ଏହାପୁର୍ବରୁ ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ, ସାଂସଦ ହର୍ସମୀତ କୌର ବାଦଲ ଆଦି ନେତା ମୁସେୱାଲାଙ୍କ ଗରେ ପହଞ୍ଚି ଶୋକବ୍ୟକ୍ତ କରିଥିଲେ। ତେବେ ଗତକାଲି ମୁସେୱାଲାଙ୍କ ପିତା ଏହି ହତ୍ୟାକାଣ୍ଡ ବିଷୟରେ କେନ୍ଦ୍ରଗୃମନ୍ତ୍ରଙ୍କୁ ଚିଠି ଲେଖି ଏହି ମାମଲାର କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଯାଞ୍ଚ କରାଇବାକୁ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.