fbpx

କରୋନା ଭାଇରସ୍: ୨୪ ଘଣ୍ଟା ମଧ୍ୟରେ ବାପ-ଝିଅଙ୍କ ମୃତ୍ୟୁ

ବ୍ରିଟେନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୭୫୦ ଅତିକ୍ରମ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୫୦୦ ଛୁଇଁଛି । ଏହି ସମୟରେ କରୋନା ଭାଇରସରେ ସଂକ୍ରମିତ ୨ ବାପ-ଝିଅଙ୍କ ମାତ୍ର ୨୪ ଘଣ୍ଟାରେ ମୃତ୍ୟୁ ହୋଇଛି ।

ଦି ସନ୍ ରିପୋର୍ଟ ଅନୁସାରେ, ବିଟ୍ରେନର ହୀଥ୍ରୋ ବିମାନବନ୍ଦରରେ ଇମିଗ୍ରେସନ ଅଫିସର ଭାବେ କାମ କରୁଥିବା ସୁଧୀର ଶର୍ମାଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳେ ତାଙ୍କୁ ୬୧ ବର୍ଷ ହୋଇଥିଲା । ସୁଧୀରଙ୍କ ମୃତ୍ୟୁର ମାତ୍ର ୨୪ ଘଣ୍ଟା ମଧ୍ୟରେ ତାଙ୍କର ୩୩ ବର୍ଷୀୟା ଝିଅ ପୂଜାର ମଧ୍ୟ ମୃତ୍ୟୁ ହୋଇଥିଲା । ସୁଧୀରଙ୍କ ମୃତ୍ୟୁ ବୁଧବାର ହୋଇଥିବା ବେଳେ ଝିଅ ପୂଜାର ମୃତ୍ୟୁ ତା’ପର ଦିନ ସକାଳେ ହୋଇଥିଲା ।

ଅଧିକାରୀଙ୍କ କହିବା ମୁତାବକ, ସୁଧୀରଙ୍କୁ କାମ କରୁଥିବା ବେଳେ କରୋନା ସଂକ୍ରମଣ କରିନଥିଲା, କାରଣ ସେ ଗତ ଜାନୁଆରୀ ୭ରେ ଶେଷଥର ଡ୍ୟୁଟି କରିଥିଲେ । ଅଲଗା ରହିବା କାରଣରୁ ତାଙ୍କ ପତ୍ନୀ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିନାହାନ୍ତି ।

ତେବେ ସୁଧୀରଙ୍କ ଝିଅ ପୂଜାର ଗତ କିଛି ଦିନ ଧରି ଚିକିତ୍ସା ଚାଲିଥିଲା । ମୃତ୍ୟୁ ପୂର୍ବରୁ ବାପ-ଝିଅ ଏକାଠୀ ରହୁଥିଲେ କି ଅଲଗା ରହୁଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ସେମାନଙ୍କ ମୃତ୍ୟୁ ପରେ କରୋନା ଭାଇରସକୁ ହାଲକା ଭାବେ ନିଅନ୍ତୁ ନାହିଁ ବୋଲି ସୁଧୀରଙ୍କ ଜଣେ ବନ୍ଧୁ କହିଛନ୍ତିି ।

Get real time updates directly on you device, subscribe now.