fbpx

କୁତବ ମୀନାର ସ୍ଥିତ ମସଜିଦରେ ନମାଜ ଉପରେ ଜାରି ରହିବ ରୋକ୍, ଶୀଘ୍ର ଶୁଣାଣି କରିବାକୁ ମନେ କଲେ HC

ନୂଆଦିଲ୍ଲୀ: କୁତବ ମୀନାର ପରିସରରେ ସ୍ଥିତ ମସଜିଦରେ ନମାଜ ପଢିବା ଉପରେ ରୋକ୍ ଲଗାଇବା ଏଏସଆଇର ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନର ଶୀଘ୍ର ଶୁଣାଣି କରିବାକୁ ମନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏଏସଆଇର ଏହି ଆଦେଶ ଉପରେ ରୋକ୍ ଲଗାଇବା ପାଇଁ ଓକିଲ ଦିଲ୍ଲୀ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ।

ସଂଖ୍ୟାଲଘୁ ପକ୍ଷରୁ ହଜାର ଓକିଲ କହିଛନ୍ତି ଯେ, ଏହା ଓ୍ଵାକଫ ବୋର୍ଡର ସଂପତ୍ତି ଏବଂ ଏଠାରେ ଦୀର୍ଘ ସମୟରୁ ନମାଜ ପାଠ କରାଯାଉଥିଲା। ଏହା ସତ୍ତ୍ଵେ ମେ ୧୫ରେ ଅଚାନକ ଏଏସଆଇ ନମାଜ ପଢିବା ଉପରେ ରୋକ୍ ଲଗାଇଛନ୍ତି। ଆବେଦନକୁ ଶୀଘ୍ର ଶୁଣାଣି କରିବାକୁ ମନା କରି ଦେଇଥିଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ।

ଅଦାଲତ କହିଥିଲେ, ଆମେ ବର୍ତ୍ତମାନ ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରି ପାରିବୁ ନାହିଁ। ଯଦି ଆପଣ ଗ୍ରୀଷ୍ମବକାଶ ସମୟରେ ଶୁଣାଣି କରିବାକୁ ଚାହୁଁଛନ୍ତି ତେବେ ରେଜିଷ୍ଟ୍ରରଙ୍କ ସାମ୍ନାରେ ନିଜର ତଥ୍ୟ ରଖନ୍ତୁ। ଏହା ପରେ ଅବକାଶ ପୀଠକୁ ଏହି ଯାଚିକା ପହଞ୍ଚିଥିଲା। ମାତ୍ର ଅବକାଶ ପୀଠ ମଧ୍ୟ ଶୀଘ୍ର ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଦିନରେ କୁତବ ମୀନାର ପରିସରରେ ହିନ୍ଦୁ ଏବଂ ଜୈନ ଦେବତାଙ୍କ ମୂର୍ତ୍ତି ପୁନଃ ସ୍ଥାପନା ଦାବି କରିଥିଲେ ହିନ୍ଦୁ ପକ୍ଷ। ଏହା ମଧ୍ୟରେ ଦିଲ୍ଲୀ ଓ୍ଵାକଫ ବୋର୍ଡ ଦାବି କରିଥିଲା ଯେ, ଏଠାରେ ନଜାମ ଦୀର୍ଘ ସମୟରୁ ଚାଲି ଆସିଛି। କିନ୍ତୁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷେଣ ସଂସ୍ଥା(ଏଏସଆଇ) ଏହା ଉପରେ ରୋକ୍ ଲଗାଇଛନ୍ତି। ବୋର୍ଡ କୁତବ ମୀନାର ସ୍ଥିତ ମସଜିଦରେ ନମାଜ ପାଇଁ ଅନୁମତି ମାଗିଥିଲେ।

Get real time updates directly on you device, subscribe now.