fbpx

Norway chess: ଓ୍ଵାର୍ଲ୍ଡ ଚାମ୍ପିଅନ କାର୍ଲସେନଙ୍କକୁ ପୁଣି ଥରେ ମାତ୍ ଦେଲେ ବିଶ୍ଵନାଥମନ ଆନନ୍ଦ, ଶୀର୍ଷରେ ପହଞ୍ଚିଲେ

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡ ମାଷ୍ଟର ତଥା ମହାନ ଚେସ୍ ଖେଳାଳି ବିଶ୍ଵ ନାଥନ ଆନନ୍ଦ ପୁଣି ଥରେ ବିଶ୍ଵ ଚାମ୍ପିଅନ ମାଗନସ କାର୍ଲସେନଙ୍କୁ ହରାଇଛନ୍ତି। ଆନନ୍ଦ ନରଓ୍ଵେ ଚେସ୍ ପ୍ରତିଯୋଗିତାରେ କ୍ଲାସିକଲ ବିଭାଗର ପଞ୍ଚମ ରାଉଣ୍ଡରେ ଏହି ବିଜୟ ହାସଲ କରିଛନ୍ତି। ଏହି ବିଜୟ ସହ ଆନନ୍ଦ ପ୍ରତିଯୋଗିତାର ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ କାର୍ଲସେନଙ୍କୁ ରୋମାଞ୍ଚକ ସଡନ ଡେଥ ଗେମରେ ହରାଇଛନ୍ତି। ଏହା ପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟରେ ଖେଳାଯାଇଥିବା ରେଗ୍ୟୁଲାର ମ୍ୟାଚ୍ ୪୦ ମୁଭସ ସହ ଡ୍ର ରହିଥିଲା।

ସଡନ ଡେଥ ଗେମ ସମୟରେ ଆନନ୍ଦ ନିଜର ପୁରୁଣା ଫର୍ମରେ ନଜର ଆସିଥିଲେ। ୫୦ ମୁଭସରେ ବିଶ୍ଵର ଏକ ନମ୍ବର ଖେଳାଳି ମାଗନସ କାର୍ଲସେନଙ୍କୁ ମାତ୍ ଦେବାରେ ସଫଳ ହୋଇଛନ୍ତି। ଏବେ କାର୍ଲସେନଙ୍କ ମୋଟ୍ ୯.୫ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଆନନ୍ଦ ୧୦ ପଏଣ୍ଟ ସହ ଶୀର୍ଷକୁ ଉନ୍ନିତ ହୋଇଛନ୍ତି।

ଟୁର୍ଣ୍ଣାମେଣ୍ଟରେ ଏବେ ଆହୁରି ୪ ରାଉଣ୍ଡ ବାକି ରହିଛି। ଏଥିରେ ଆନନ୍ଦଙ୍କୁ ସତରଞ୍ଜର ଅନେକ ଚତୁର ଖେଳାଳିଙ୍କ ସାମ୍ନା କରିବେ। ଏହା ପୂର୍ବରୁ ଆନନ୍ଦ ଓ୍ଵାଙ୍ଗ ହାଓଙ୍କୁ ହରାଇ ନିଜର ତୃତୀୟ ବିଜୟ ହାସଲ କରିଥିଲେ। ହାଓଙ୍କ ପୂର୍ବରୁ ସେ ଫ୍ରାନ୍ସର ମ୍ୟାକ୍ସିସ ଓ୍ଵାଚିୟର ଲାଗ୍ରେଭ ଏବଂ ବୁଲଗେରିଆର ଓ୍ଵେସଲିନ ଟୋପାଲଭଙ୍କୁ ହରାଇଥିଲେ।

Get real time updates directly on you device, subscribe now.