ନୂଆଦିଲ୍ଲୀ: ଅନେକ ସମୟରେ ପ୍ରତ୍ନତତ୍ତ୍ୱବିତମାନେ ଆଶ୍ଚର୍ଯ୍ୟକର ଖୋଜ୍ କରିଥାନ୍ତି । ଏହିଭଳି ଏକ ଆଶ୍ଚର୍ଯ୍ୟକର ଖୋଜ୍ କରିଛନ୍ତି ନରୱେ ପ୍ରତ୍ନତତ୍ତ୍ୱବିତମାନେ । ନରୱେରେ ଦୁନିଆର ସବୁଠୁ ପୁରୁଣା ଜୋତା ମିଳିଛି, ଏହି ଜୋତା ପ୍ରାୟ ୩ ହଜାର ବର୍ଷ ପୁରୁଣା, ଏହା ଯୋତା କାଂସ୍ୟ ଯୁଗର ବୋଲି କୁହାଯାଉଛି । ନରୱେର ସାଇନ୍ସ ଏବଂ ଟେକ୍ନାଲୋଜୀ ୟୁନିଭର୍ସିଟିର ରିପୋର୍ଟ ଅନୂଯାୟୀ ଏହି ଜୋତା ଗତ ଦୁଇ ଦଶନ୍ଧି ମଧ୍ୟରେ ପହାଡ଼ରେ ଜମି ରହିଥିବା ବରଫ ତରଳିବା ପରେ ମିଳିଥିବା ଜିନିଷ ମଧ୍ୟରୁ ଗୋଟିଏ ।
ଏହି ପ୍ରାଚୀନ ଜୋତା, ଦକ୍ଷିଣ ନରୱେର ଜୋତୁନହେମେନ ପାହାଡ଼ ଅଞ୍ଚଳରୁ ଖୋଜ୍ କରାଯାଇଥିଲା । ଏହି ଚମଡ଼ାର ଛୋଟ ଜୋତା କୌଣସି ମହିଳା କିମ୍ବା ଯୁବକଙ୍କୁ ହୋଇଥାଇପାରେ । ଏହି ଜୋତା ସହ ଅନେକ ତୀର ଏବଂ ଏକ କାଠ କୋଦାଳ ମଧ୍ୟ ମଳିଛି । ଯେଉଁଥିରୁ ଜଣାପଡ଼ିଥିଲା ଯେ ଏହି ଜୋତା ଶିକାର ସମୟରେ ଦରକାର ପଡ଼ୁଥିଲା । ନୱେର୍ର ପାହାଡ଼ରେ ବରଫ ତଳେ ପୋତି ହୋଇରହିଥିବା ଜିନିଷ ହଜାର ହଜାର ବର୍ଷ ପରେ ବି ଭଲ ସ୍ଥିତିରେ ଅଛି । ଏଠରେ ହତିଆର, କପଡ଼ା, ଜୀବଜନ୍ତୁଙ୍କ ଅବଶେଷ ମଧ୍ୟ ବରଫରୁ ମିଳିଛି, ଫଳରେ ନୱେର୍ର ହଜାର ବର୍ଷର ଇତିହାସ ସାମ୍ନାକୁ ଆସିଛି । କିନ୍ତୁ ଏବେ ନୂଆ ରିପୋର୍ଟ ଆସିଛି ଯେ ଜଳବାୟୁ ପରିବର୍ତ୍ତନ ଏହି ସବୁ ଶେଷ କରିପାରେ ।
ଆଗାମୀ ଦଶକରେ ନରୱେରେ ବରଫ ତରଳିବା ଆରମ୍ଭ ହୋଇଯାଇଛି । ଏନଟିଏନୟୁ ବିଶ୍ୱବିଦ୍ୟାଳୟ ମ୍ୟୁଜିୟର ଜଣେ ପ୍ରତ୍ନତତ୍ତ୍ୱବିଦ୍ ବିରଗିତ୍ ସ୍କାର କହିଛନ୍ତି ଯେ ୨୦୨୦ ରେ ନିଆଯାଇଥିବା ସାଟେଲାଇଟ୍ ଫଟୋ ଆଧାରରେ ଏକ ସର୍ଭେ କରାଯାଇଥିଲା, ଯେଉଁଥିରୁ ଜଣାପଡ଼ିଥିଲା ଯେ ବଛାଯାଇଥିବା ୧୦ ବରଫବାବୃତ୍ତ ସ୍ଥାନରୁ ୪୦ ପ୍ରତିଶତ ବରଫ ତରଳିବା ଆରମ୍ଭ ହୋଇଯାଇଛି । ଫଳରେ ଏଠାରେ ବରଫ ତଳେ ରହିଥିବା ପ୍ରାଚୀନ ବସ୍ତୁ ନଷ୍ଟ ହୋଇପାରେ ।
ବରଫ ଆସ୍ତରଣ ପାହାଡ଼ର ଉଚ୍ଚତାରେ ବନିଥାଏ, ଗରମରେ ଏହି ବରଫ ସଂପୂର୍ଣ୍ଣ ଭାବରେ ତରଳିନଥାଏ, ଯେତେବେଳେକି ଗ୍ଲେସିଅରଠାରୁ ଓଲାଟା ଏହି ବରଫ ଆସ୍ତରଣ ସ୍ଥିର ରହିଥାଏ । ଏଥିପାଇଁ ଏହି ବରଫ ଆସ୍ତରଣ ତଳେ ରହିଥିବା ଜିନିଷ ହଜାର ହଜାର ବର୍ଷ ଧରି ମଧ୍ୟ ସେହିଭଳି ରହିଥାଏ । ଯେତେବେଳେ ବରଫ ତରଳିବା ଆରମ୍ଭ ହୁଏ ସେତେବେଳେ ଏହି ଜିନିଷ ଦେଖାଯାଏ, ଏହା ଏତେ ବର୍ଷ ପରେ ବି ପୂର୍ବଭଳି ସଂରକ୍ଷିତ ରହିଥାଏ । ଅବଶ୍ୟ, ଏବେ ବୈଜ୍ଞାନିକମାନେ କହିଛନ୍ତି ଯେ ବରଫ ତରଳିବାପରେ ଯଥାଶୀଘ୍ର ଏହି ଜିନିଷକୁ ସୁରକ୍ଷିତ ନକଲେ ଏହି କଳାକୃତି ହଜିବାର ସମ୍ଭାବନା ରହିଛି ।
Oldest shoe in Norway, dating to 3,000 years ago, recovered from melting ice patch https://t.co/6eyeQOMEgq
— Live Science (@LiveScience) June 3, 2022