fbpx

ସେନାକୁ ସଫଳତା: ପାକିସ୍ତାନୀ ଆତଙ୍କୀ ସହ ଲସ୍କର-ଏ-ତୋଏବାର ଦୁଇ ଆତଙ୍କବାଦୀ ସଫା

ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ଏବଂ ପୋଲିସକୁ ମିଳିଛି ବଡ଼ ସଫଳତା ପାଇଛି । ମଙ୍ଗଳବାର ଜମ୍ମୁ-କାଶ୍ମୀର କୁପୱାଡ଼ାରେ ସେନା ଏବଂ ପୋଲିସ ଏନକାଉଣ୍ଟରରେ ଲସ୍କର-ଏ-ତୋଏବାର ଦୁଇ ଆତଙ୍କବାଦୀ ସଫା । ମୃତ୍ୟୁ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ରହିଥିଲା ।

ପୋଲିସର ସୂଚନା ଅନୂଯାୟୀ, କୁପୱାଡ଼ାର ଚତାରସ କଣ୍ଡି ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା । କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେ କହିଛନ୍ତି ଯେ ଏଥିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ଜଡିତ ଅଛନ୍ତି। ଏହି ଅଞ୍ଚଳରେ ସେନା ଓ ପୋଲିସର ସର୍ଚ୍ଚ ଅପରେସନ ଚାଲିଛି।

ସୋମବାର ବାରାମୁଲ୍ଲା ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ଲସ୍କର-ଏ-ତାଇବା ଆତଙ୍କବାଦୀ ନିହତ ହୋଇଥିବାବେଳେ ତିନିଜଣ ଆତଙ୍କବାଦୀ ଘଟଣାସ୍ଥଳରୁ ପଳାଇଥିଲେ। ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ ସୋପୋର ପାନିପୁରା ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇଁ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

Get real time updates directly on you device, subscribe now.