fbpx

ଘର ତିଆରି ପାଇଁ ସୁବର୍ଣ୍ଣ ସୁଯୋଗ: ୨ ମାସରେ ଅଧା ହୋଇଗଲା ଲୁହା ରଡ୍ ଦାମ୍, ସିମେଣ୍ଟ ଓ ଇଟା ବି ଶସ୍ତା । ଜାଣନ୍ତୁ ଆପଣଙ୍କ ସହରର ରେଟ୍

ନୂଆଦିଲ୍ଲୀ: ନିଜ ସ୍ୱପ୍ନର ଘର ତିଆରି ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ସରକାରଙ୍କ ଉଦ୍ୟମ ଓ କିଛି ଋତୁକାଳୀନ କାରଣ ଯୋଗୁଁ ଘର ତିଆରି ସାମଗ୍ରୀର ମୂଲ୍ୟ ରେକର୍ଡ ସ୍ତରରୁ ତଳକୁ ଖସିଆସିଛି । ଖାସ୍ କରି ଘର ତିଆରି ବ୍ୟବହୃତ ହେଉଥିବା ଲୁହା ରଡ୍ ରେଟ୍ ପ୍ରତିଦିନ ହ୍ରାସ ପାଇବାରେ ଲାଗିଛି । ୨ ମାସ ପୂର୍ବରୁ ଲୁହା ରଡ୍ ଯେଉଁ ରେକର୍ଡ ସୃଷ୍ଟି କରିଥିଲା, ତାହା ଏବେ ଅଧା ହୋଇଛି । ଏହା ବ୍ୟତୀତ ସିମେଣ୍ଟରୁ ନେଇ ଇଟା ପର୍ଯ୍ୟନ୍ତ ରେଟ୍ ମଧ୍ୟ ହ୍ରାସ ପାଇଛି ।

ତେବେ ଘର ତିଆରି ପାଇଁ ଲୁହା ରଡ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଘରଗୁଡ଼ିକର ଛାତ, ବିମ୍ ବା ପିଲର ଆତି ତିଆରି ପାଇଁ ଲୁହା ରଡଗୁଡ଼ିକୁ ବହୁଳ ଭାବେ ବ୍ୟବହାର କରାଯାଏ । ୨ ମାସ ପୂବେ ଅର୍ଥାତ୍ ୨୦୨୨ ମାର୍ଚ୍ଚରେ ଏହାର ଦାମ୍ ଆକାଶ ଛୁଆଁ ହୋଇଥିଲା । ମାର୍ଚ୍ଚରେ କିଛି ସ୍ଥାନରେ ଲୁହା ରଡ ଟନ୍ ପିଛା ୮୫ ହଜାର ଟଙ୍କାରେ ପହଞ୍ଚିଥିଲା । ଏବେ ଏହା ଅନେକ ସ୍ଥାନରେ ଟନ୍ ପିଛା ୪୫ ହଜାର ଟଙ୍କା ଖସି ଆସିଛି । ତେବେ ସରକାର ନିକଟରେ ଷ୍ଟିଲ୍ ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କରିଛନ୍ତି । ଏହି କାରଣରୁ ଘରୋଇ ବଜାରରେ ଷ୍ଟିଲ୍ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଛି । ଲୁହା ରଡ୍ କମ୍ ହେବାର ଏହା ମଧ୍ୟ ମୁଖ୍ୟ କାରଣ ।

ଟନ୍ ପିଛା ଲୁହା ରଡର ମୂଲ୍ୟ:-

ନଭେମ୍ବର ୨୦୨୧- ୭୦,୦୦୦ ଟଙ୍କା
ଡିସେମ୍ବର ୨୦୨୧- ୭୫,୦୦୦
ଜାନୁଆରୀ ୨୦୨୨ – ୭୮,୦୦୦ ଟଙ୍କା
ଫେବୃଆରୀ ୨୦୨୨-୮୨,୦୦୦ ଟଙ୍କା
ମାର୍ଚ୍ଚ ୨୦୨୨- ୮୩,୦୦୦ ଟଙ୍କା
ଏପ୍ରିଲ ୨୦୨୨- ୭୮,୦୦୦ ଟଙ୍କା
ମେ ୨୦୨୨- ୭୧,୦୦୦ ଟଙ୍କା
ମେ ୨୦୨୨(ଶେଷ ସପ୍ତାହ)- ୬୨-୬୩,୦୦୦ ଟଙ୍କା
ଜୁନ୍ ୨୦୨୨- ୪୮-୫୦,୦୦୦ ଟଙ୍କା

ଲୁହା ରଡ୍ ରେଟ୍ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଟନ୍ ପିଛା ୪୫,୩୦୦ ଟଙ୍କା ଥିବା ବେଳେ ଓଡିଶାର ରାଉରକେଲାରେ ଏହା ୫୦,୦୦୦ ଟଙ୍କା ହୋଇଛି । ସେହିପରି ଟନ୍ ପିଛା ଛତିଶଗଡ଼ରେ ୪୮,୭୦୦, ମହାରାଷ୍ଟ୍ରରେ ୫୧,୦୦୦, ତେଲେଙ୍ଗାନାରେ ୫୨,୦୦୦, ରାଜସ୍ଥାନରେ ୫୨,୦୦୦, ଉତ୍ତରପ୍ରଦେଶରେ ୫୩,୦୦୦, ମଧ୍ୟପ୍ରଦେଶରେ ୫୩,୫୦୦, ପଞ୍ଜାବରେ ୫୪,୩୦୦, ତାମିଲନାଡୁରେ ୫୫,୦୦୦, ଦିଲ୍ଲୀରେ ୫୫,୦୦୦, ଗୋଆରେ ୫୩,୦୦୦ ଟଙ୍କା ରହିଛି ।

Get real time updates directly on you device, subscribe now.