fbpx

ଏହି ଭାରତୀୟ କ୍ରିକେଟରଙ୍କ ପିତା ହେଲେ ଗିରଫ: ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ନିକଟରେ ଜଣେ ଭାରତୀୟ କ୍ରିକେଟରଙ୍କ ବାପାଙ୍କୁ ଗିରଫ କରିଛି ପୋଲିସ । ଏହି ଖେଳାଳିଙ୍କ ପିତା ବ୍ୟାଙ୍କ ମ୍ୟାନେଜର ଭାବରେ ୧.୨୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । କୋର୍ଟ ତାଙ୍କୁ ଏକ ଦିନିଆ ରିମାଣ୍ଡରେ ପଠାଇଛନ୍ତି । ଏହି ଖେଳାଳି ଟିମ୍ ଇଣ୍ଡିଆ ପାଇଁ ତିନୋଟି ଫର୍ମାଟରେ ଖେଳିଛନ୍ତି ।

ତେବେ ବ୍ୟାଙ୍କ ଠକେଇ ମାମଲାରେ ପୂର୍ବତନ କ୍ରିକେଟର ନମନ ଓଝାଙ୍କ ପିତା ଭିକେ ଓଝାଙ୍କୁ ଗିରଫ କରିଛି । ମୁଲତାଇ ପୋଲିସ ସୋମବାର ଦିନ ଭିକେ ଓଝାଙ୍କୁ କୋର୍ଟରେ ହାଜର କରିଥିଲା । ସେହି ସମୟରେ ନମନ ଓଝା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଜୌଲଖେଡା ବ୍ରାଞ୍ଚରେ ୨୦୧୩ରେ ପାଖାପାଖି ୧.୨୫ କୋଟି ଟଙ୍କା ଠକେଇ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୨୦୧୪ରେ ନମନଙ୍କ ପିତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ନାମାନ ଓଝାଙ୍କ ପିତା ଭି.କେ ଓଝାଙଙ୍କ ଉପରେ ୪୦୯, ୪୨୦, ୪୬୭, ୪୬୮, ୪୭୧, ୧୨୦ ବି, ୩୪ ଏବଂ ଆଇଟି ଆକ୍ଟର ଧାରା ୬୫,୬୬ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ୨୦୧୪ ରେ ମାମଲା ରୁଜୁ ହେବା ପରଠାରୁ ଭି.କେ ଓଜା ଫେରାର ଥିଲେ । ଗତ ଆଠ ବର୍ଷ ଧରି ପୋଲିସ ତାଙ୍କୁ ଖୋଜୁଥିଲା । ଏହି ଠକେଇ ମାମଲାରେ ଫେରାର ଅଭିଯୁକ୍ତ ଭି.କେ ଓଝାଙ୍କୁ ଗିରଫ କରାଯାଇଛି ବୋଲି ମୁଲତାଇ ଏସଡିପିଓ ନମ୍ରତା କହିଛନ୍ତି । ସେ କ୍ରିକେଟର ନମନ ଓଝାଙ୍କ ପିତା ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନା ଅନୁସାରେ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଜୌଲଖେଡା ବ୍ରାଞ୍ଚର ବ୍ୟାଙ୍କ ମ୍ୟାନେଜର ଅଭିଷେକ ରତ୍ନମ, ଭି.କେ ଓଝାଙ୍କ ସହ ଅନ୍ୟମାନେ ମିଳିତ ଭାବେ ନକଲି ନାମ ଏବଂ ଫଟୋ ଆଧାରରେ କିଷାନ କ୍ରେଡିଟ କାର୍ଡ ତିଆରି କରି ବ୍ୟାଙ୍କରୁ ଟଙ୍କା ଉଠାଇ ନେଇଥିଲେ । ଏହି ମାମଲାରେ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ଅଭିଷେକ ରତ୍ନାମ, ନୀଲେଶ ଛଲୋତ୍ର ସହ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ତେବେ ପ୍ରସିଦ୍ଧ କ୍ରିକେଟର ନମନ ଓଝା ଭାରତ ପାଇଁ ଗୋଟିଏ ଟେଷ୍ଟ, ଗୋଟିଏ ୱାନଡେ ଏବଂ ଦୁଇଟି ଟି -୨୦ ମ୍ୟାଚ ଖେଳିଛନ୍ତି । ସେ ୧୧୩ ଟି ଆଇପିଏଲ ମ୍ୟାଚ ମଧ୍ୟ ଖେଳିଛନ୍ତି ।

Get real time updates directly on you device, subscribe now.