fbpx

ଏହି ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସତର୍କ, ହୋଇପାରେ ହାର୍ଟ ଆଟାକର କାରଣ

ଦୁନିଆରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହାର୍ଟ ଆଟାକ୍ ଦ୍ୱାରା ହେଉଛି । କିଛି ରୋଗୀଙ୍କୁ ତ ହାର୍ଟ ଆଟାକ୍ ବିଷୟରେ ଜଣାପଡ଼ୁନାହିଁ । କିନ୍ତୁ ଯଦି ଆମେ ସତର୍କତା ଅବଲମ୍ବନ କରିବା ତେବେ ହାର୍ଟ ଆଟାକ୍ ଠାରୁ ହେବାକୁ ଥିବା ମୃତ୍ୟୁରୁ ବର୍ତ୍ତିପାରିବା । ହାର୍ଟ ଆଟାକର ଲକ୍ଷଣ ୧ ମାସ ଆଗରୁ ଜଣାପଡ଼ିବା ଆରମ୍ଭ ହୋଇଥାଏ । ଯଦି ଆପଣଙ୍କୁ ଏହି ୫ ଲକ୍ଷଣ ଦେଖାଦେଉଛି ତେବେ ସତର୍କ ହୋଇଯାଆନ୍ତୁ ଏହା ହାର୍ଟ ଆଟାକର କାରଣ ହୋଇପାରେ ଏବଂ ଆପଣଙ୍କୁ ଯଥାଶୀଘ୍ର ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ଉଚିତ୍ ।

–              ଛାତିରେ ହେଉଥିବା ଯନ୍ତ୍ରଣା ଆପଣଙ୍କୁ ହାର୍ଟ ଆଟାକର ଶିକାର କରିପାରେ । ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ ହେଉଛି, ଛାତି ପୋଡ଼ିଲା ପରି ଅନୁଭବ ହେଉଛି ତେବେ ଏହା ମଧ୍ୟ ହାର୍ଟ ଆଟାକର ଲକ୍ଷଣ ହୋଇପାରେ, ତେଣୁ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ କରିନିଅନ୍ତୁ ।

–              ବିନା କୌଣସି କାମ ନକରି ମଧ୍ୟ ହାଲିଆ ଲାଗିବା ମଧ୍ୟ ହାର୍ଟ ଆଟାକର ଲକ୍ଷଣ ହୋଇପାରେ ।

–              ଅଧିକ ସମୟ ଧରି ଥଣ୍ଡା ଲାଗି ରହିବା ମଧ୍ୟ ହାର୍ଟ ଆଟାକର ସଙ୍କେତ ହୋଇପାରେ ।

–              ହାର୍ଟ ଦୁର୍ବଳ ହେବା ଯୋଗୁଁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇପାରେନାହିଁ । ଏମିତିରେ ମସ୍ତିଷ୍କକୁ ଠିକ୍ ଭାବରେ ଅମ୍ଳଜାନ ମିଳିପାରେନାହିଁ ଫଳରେ ମୁଣ୍ଡ ବୁଲାଇଥାଏ । ଏହା ହାର୍ଟ ଆଟାକର ଏକ ଗମ୍ଭୀର ଲକ୍ଷଣ, ତେଣୁ ଆପଣଙ୍କୁ ଏହା ଉପରେ ତୁରନ୍ତ ଧ୍ୟାନ ଦେବା ଦରକାର ।

–              ଏହା ବ୍ୟତୀତ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା ମଧ୍ୟ ହାର୍ଟ ଆଟାକର ଲକ୍ଷଣ ହୋଇପାରେ । ହାର୍ଟ ଠିକ୍ ଭାବରେ କାମ ନକରିପାରିବା ଯୋଗୁଁ ଫୁସଫୁସକୁ ଠିକ୍ ପରିମାଣର ଅକ୍ସିଜେନ ପହଞ୍ଚିପାରେନାହିଁ ଫଳରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ ।

Get real time updates directly on you device, subscribe now.