fbpx

ଭାରତ ଇତିହାସରେ ପ୍ରଥମ; ନିଜେ ନିଜକୁ ବିବାହ କଲେ ଯୁବତୀ, ଦେଖନ୍ତୁ ଫଟୋ

ଅହମଦାବାଦ(ଓଡ଼ିଶା ଭାସ୍କର):ନିଜେ ନିଜକୁ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିବା କ୍ଷମା ବିନ୍ଦୁ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିଜେ ନିଜକୁ ବାହା ହେବା ପାଇଁ କିଛିଦିନ ଧରି ଚର୍ଚ୍ଚାରେ ଅଛନ୍ତି କ୍ଷମା। ଶେଷର ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି। ଗୁଜୁରାଟର ଅବସ୍ଥିତ ନିଜ ଘରେ ହିଁ ବିବାହ କରିଛନ୍ତି କ୍ଷମା। ତେବେ ଏହି ବିହାହରେ ନା ଥିଲେ ବର ନା ଥିଲେ ପଣ୍ଡିତ। ଏହି ବିବାହ ଉତ୍ସବରେ କ୍ଷମାଙ୍କର କେବଳ କିଛି ବନ୍ଧୁ ହିଁ ଉପସ୍ଥିତ ଥିଲେ। ସେହିପରି ଏହି ବିବାହ ଉତ୍ସବରେ ହଳଦୀ, ମେହେନ୍ଦୀ ଭଳି କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ଗତକାଲି କ୍ଷମା ନିଜେ ନିଜକୁ ବିବାହ କରିଛନ୍ତି। ଏହା ପୂର୍ବରୁ ଜୁନ ୧୧ରେ କ୍ଷମା ନିଜକୁ ନିଜେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କ ବିବାହକୁ ନେଇ ହେଉଥିବା ବିବାଦ ପାଇଁ ସେ ୩ ଦିନ ପୂର୍ବରୁ ବିବାହ କରିଥିବା ସୂଚନା ମିଳିଛି।

ସୂଚନାଥାଉ କି,ପୂର୍ବରୁ କ୍ଷମାଙ୍କର ଏହି ବିବାହ ନିଷ୍ପତ୍ତିକୁ ବିଜେପି ନେତ୍ରୀ ସୁନୀତା ଶୁକ୍ଳା ତୀବ୍ର ବିରୋଧ କରିଥିଲେ। ଏଭଳି ବିବାହ ହିନ୍ଦୁ ଧର୍ମ ବିରୋଧୀ ହୋଇଥିବାରୁ କ୍ଷମାଙ୍କୁ କୌଣସି ମନ୍ଦିରରେ ବିବାହ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲେ ସୁନୀତା। ସେହିପରି ପାଖ ପଡ଼ୋଶୀ ମଧ୍ୟ ଏହି ବିବାହକୁ ନେଇ ବିରୋଧ କରିଥିଲେ। ତେବେ ଲୋକମାନେ ଏହି ବିବାହ ବିରୋଧରେ ଥିବାରୁ କ୍ଷମା ଦେଇଥିବା ତାରିଖ ପୂର୍ବରୁ ହିଁ ନିଜେ ନିଜକୁ ବିବାହ କରିଛନ୍ତି।

Get real time updates directly on you device, subscribe now.