fbpx

କୋଲାକାତା ବାଂଲାଦେଶ ହାଇକମିଶନ ନିକଟରେ ଗୁଳିକାଣ୍ଡ: ୨ ମୃତ

କେଲକାତା: କୋଲକାତାରେ ଅବସ୍ଥିତ ବାଂଲାଦେଶ ହାଇକମିଶନ ପରିସରରେ ଘଟିଛି ବଡ ଧରଣର ଗୁଳିକାଣ୍ଡ । ଏହି ଘଟଣାରେ ଦୁଇ ଜଣ ସାଧାରଣ ଜନତା ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ତେବେ ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ତଦନ୍ତ ଜାରି ରଖିଛି ।

ସେପଟେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ତେବେ ହାଇକମିଶନ ପରିସର ଭିତରେ ଗୁଳିକାଣ୍ଡ ଘଟାଇବା ଭଳି ଘଟଣା କେଉଁ ଆତଙ୍କବାଦୀ ସଂଗଠନର ବୋଲି ଅନୁମାନ କରାଯାଉଛି । ଖୁବ ଶୀଘ୍ର ପୋଲିସ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ପ୍ରତିଶୃତି ଦେଇଛି ।

Get real time updates directly on you device, subscribe now.