fbpx

୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ୩.୧୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଗତକାଲି ଭାରତୀୟ ଶେୟାର ବଜାରରେ ଉନ୍ନତି ପରିଲକ୍ଷିତ ହୋଇଥିଲାବେଳେ ଆଜି ଶୁକ୍ରବାର କିନ୍ତୁ ପୁଣି କ୍ଷତି ଦେଖିବାକୁ ମିଳିଛି । ବୈଶ୍ୱିକ ସ୍ତରରେ ଆର୍ଥକ ମାନ୍ଦାବସ୍ତା କାରଣରୁ ଅନେକ ଦେଶର ଶେୟାର ବଜାର ତଳକୁ ରହିଛି । ଆଉ ଏବେ ଭାରତୀୟ ବଜାରରେ ମଧ୍ୟ ଏହି ସ୍ଥିତି ଉପୁଜିଛି । ଆମେରିକାରେ ମୁଦ୍ରାସ୍ପିତି ଯୋଗୁଁ ଶୁକ୍ରବାର ଭାରତୀୟ ବଜାରରେ କ୍ଷତି ଦେଖିବାକୁ ମିଳିଛି । ଆଉ ନିବେଶକଙ୍କୁ ପ୍ରାୟ ୩.୧୫ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡ଼ିଛି ।

ଶୁକ୍ରବାର ବିଏସଇ ସୂଚକାଙ୍କ ଦିନ ୧:୩୫ ସୁଦ୍ଧା ୧୦୦୦ ପଏଣ୍ଟ ତଳକୁ ଖସି ୫୪,୩୩୧ ପଏଣ୍ଟରେ ଟ୍ରେଡ କରିଥିଲ ଶୁକ୍ରବାର  । ସେହିପରି ନିଫ୍ଟି ୫୦ ୨୭୫ ପଏଣ୍ଟ ତଳକୁ ଖସି ୧.୬୭ ପ୍ରତିଶତ ତଳକୁ ଖସି ୧୬,୨୦୨ ପଏଣ୍ଟରେ ଟ୍ରେଡ କରୁଥିଲା ।

ବଜାରର ତଳମୁହାଁ ହେବାର କିଛି କାରଣ

କ୍ରୁଡ ଅଏଲ ଦାମ ବୃଦ୍ଧି:

କ୍ରୁଡ ଅଏଲର ଦାମରେ ଲଗାତାର ବୃଦ୍ଧି ହେବା ଯୋଗୁଁ ଭାରତର ଆମଦାନୀ ବିଲ୍ କୁ ଝଟକା ଲାଗିଛି । ଯେଉଁଥିରେ ପେଟ୍ରୋଲିୟମ ପ୍ରୋଡକ୍ଟର ସବୁଠୁ ଅଧିକ ଅଂଶଦାର ରହିଥାଏ । ଶୁକ୍ରବାର ହ୍ରାସ ପରେ ବି କ୍ରୁଡ ଅଏଲ ତିନି ମାସ ମଧ୍ୟରେ ସବୁଠୁ ଉଚ୍ଚରେ ରହିଛି ।

ବିଦେଶୀ ପୁଞ୍ଜୀ ପ୍ରତ୍ୟାହାର:

ଡଲାର ତୁଳନାରେ ଟଙ୍କା ହ୍ରାସ ପାଇବା ଏବଂ କେନ୍ଦ୍ରୀୟ ବ୍ୟାଙ୍କମାନଙ୍କର ଦରରେ ବୃଦ୍ଧି ନିଷ୍ପତ୍ତି ପରେ ଗ୍ଲୋବାଲ ଇନଭେଷ୍ଟର୍ସ ଭାରତୀୟ ବଜାରରୁ ପୁଞ୍ଜି କାଢ଼ୁଛନ୍ତି । ଗତ ୫ ବର୍ଷରେ ପ୍ରାୟ ୧.୬୨ ଲକ୍ଷ କୋଟି ଟଙ୍କା ବଜାରରୁ ପ୍ରତ୍ୟାହାର କରିଛନ୍ତି  । ଜୁନ୍ ରେ ମଧ୍ୟ ପୁଞ୍ଜି ପ୍ରତ୍ୟାହାର କରିବା ନେଇ ଚାପ ରହିଛି ।

ଆମେରିକାରେ ମୁଦ୍ରାସ୍ପିତି:

ଶୁକ୍ରବାର ଆସିଥିବା ଆମେରିକା ମୁଦ୍ରାସ୍ପିତିର ଆକଳନ ବଜାର ଉପରେ ପ୍ରଭାବ ପକାଇଛି । ପ୍ରାୟ ଚାରି ଦଶନ୍ଧିରେ ଏଭଳି ଉଚ୍ଚରେ ରହିଛି ମୁଦ୍ରାସ୍ପିତି । ଫଳରେ ଏହାର ମଧ୍ୟ ପ୍ରଭାବ ବଜାର ଉପରେ ପଡ଼ିଛି ।

ଡଲାର ହ୍ରାସ:

ଡଲାର ତୁଳନାରେ ଟଙ୍କା ହ୍ରାସ, କ୍ରୁଡ ଅଏଲ ଦାମରେ ବୃଦ୍ଧଇ ମଧ୍ୟରେ ଆଜି ଭାରତୀୟ ମୁଦ୍ରା ପୁଣି ଥରେ ରେକର୍ଡ ହ୍ରାସ ହୋଇଛି । ଆଜି ଡଲାର ତୁଳନାରେ ମୁଦ୍ରା ୮ ପଇସା କମି ୭୭.୮୨ ଟଙ୍କା ରହିଛି ।ଗୁରୁବାର ଆମେରିକା ବଜାରରେ ମାନ୍ଦାବସ୍ଥା ଯୋଗୁଁ ଭାରତୀୟ ବଜାରରେ ହ୍ରାସ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.