fbpx

ନୟାଗଡ଼ରେ ଫାଟିଲା ତେଲ ଟ୍ୟାଙ୍କର: ୪ ଜୀବନ୍ତ ଦଗ୍ଧ

ନୟାଗଡ଼(ଓଡ଼ିଶା ଭାସ୍କର): ବ୍ରିଜରୁ ଖସି ବିସ୍ଫୋରଣରେ ଫାଟିଛି ତେଲ ଟ୍ୟାଙ୍କର । ତେଲ ଟ୍ୟାଙ୍କର ଫାଟିବାରୁ ୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ ଜଣ ଓ ମେଡିକାଲରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ବଡ଼ପଣ୍ଡୁସର ବ୍ରିଜ ଉପରୁ ତଳକୁ ଖସିପଡ଼ିଥିଲା ତେଲ ଟ୍ୟାଙ୍କର । ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ମୃତକ ଇଟାମାଟି ପଣ୍ଡୁସର ଗାଁର ବୋଲି ସୂଚନା ମିଳିଛି । ତେବେ ତେଲ ଟ୍ୟାଙ୍କରଟି ପାରାଦୀପରୁ ନୟାଗଡ଼କୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ ।

Get real time updates directly on you device, subscribe now.