ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣଙ୍କୁ ଖାଇବା ରୁଟିନ୍ ଓ ବ୍ୟାୟାମ ଜାରି ରଖିବା ଉଚିତ୍ । ଏହି ୨ଟି ଜିନିଷକୁ ନିଜ ଅଭ୍ୟାସରେ ସାମିଲ କରିନିଅନ୍ତୁ ଓ ଡାଏଟକୁ ଯଥାଦମ୍ଭବ ଭଲ ରଖନ୍ତୁ । ଆମର ଖାଇବା ପିଇବା ଓ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ହାର୍ଟ ସମ୍ବନ୍ଧୀତ ସମସ୍ୟା ଦେଖାଦେଇଥାଏ । ଏପରି ପରିସ୍ଥିତିରେ ଆପଣ ଭଲ ଖାଇବା-ପିଇବା ଓ ବ୍ୟାୟାମ କରିବା ଉଚିତ୍ । ଲୋକମାନେ ସାଧାରଣତଃ ନିଜ ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ହାର୍ଟର ଯତ୍ନ ନେଇପାରନ୍ତି ନାହିଁ ।
ନିୟମିତ ବ୍ୟାୟାମ ଏବଂ ଖାଦ୍ୟ ଏବଂ ପାନୀୟ ପ୍ରତି ଧ୍ୟାନ ନଦେବା ହେଉଛି ହାର୍ଟ ଆଟାକର ମୁଖ୍ୟ କାରଣ । ତେଣୁ ଏପରି ପରିସ୍ଥିତିରେ ଆପଣଙ୍କ ପାଇଁ କିଛି ଟିପ୍ସ ରହିଛି, ଯାହାଫଳରେ ଆପଣ ଘରେ ବସି ହାର୍ଟର ଯତ୍ନ ନେଇପାରିବେ ।
ସର୍ବପ୍ରଥମେ, ଆପଣ ନିଜ ଡାଏଟକୁ ପରିବର୍ତ୍ତନ କରନ୍ତୁ ଏବଂ ଏକ ସୁସ୍ଥ ହାର୍ଟ ପାଇଁ ସୁସ୍ଥ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ବୟସ ଯାହା ହେଉନା କାହିଁକି, ସୁସ୍ଥ ହାର୍ଟ ପାଇଁ ଡାଏଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପନିପରିବା, ଫଳର ଅଧିକ ସେବନ ଓ ଜଙ୍କ-ଫୁଡ୍ ଏବଂ ମାଂସର ସୀମିତ ବ୍ୟବହାର ଆପଣଙ୍କ ହାର୍ଟ ପାଇଁ ଭଲ ବିବେଚନା କରାଯାଏ । ଏହା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ଜଳ ପିଇବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।