fbpx

e-Shram Card ଧାରକଙ୍କ ପାଇଁ ଖୁସି ଖବର, ଏହି ଦିନ କେନ୍ଦ୍ର ସରକାର ଜାରି କରିବେ ଦ୍ୱିତୀୟ କିସ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ଗରିବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । ଦେଶରେ ବର୍ତ୍ତମାନ ଶିକ୍ଷା, ସ୍ୱାସ୍ଥ୍ୟ, ରାଶନ, ଆବାସ ପରି ଅନେକ ଯୋଜନା ଜାରି ରହିଛି । କୋଟି କୋଟି ଲୋକ ଏହାର ଫାଇଦା ପାଉଛନ୍ତି । ତେବେ ଏହି ଯୋଜନାଗୁଡ଼ିକ ମଧ୍ୟରୁ ଇ-ଶ୍ରମ ହେଉଛି ଏକ ଲାଭଦାୟକ ଯୋଜନା । ଏହି ଯୋଜନା ମାଧ୍ୟମରେ ସରକାର କାର୍ଡଧାରକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି ।

ଇ-ଶ୍ରମ କାର୍ଡ ଯୋଜନା କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପରିଚାଳନା କରାଯାଇଥାଏ । ତେବେ ପୂର୍ବରୁ କାର୍ଡଧାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଯାଇଥିବା ବେଳେ ଏବେ ଆସିବ ଦ୍ୱିତୀୟ କିସ୍ତି । ଖବର ମୁତାବକ, ସରକାର ଖୁବଶୀଘ୍ର ଦ୍ୱିତୀୟ କିସ୍ତି ଜାରି କରିବେ । ଚଳିତ ମାସ ଶେଷ ସୁଦ୍ଧା ଲାଭାର୍ଥୀଙ୍କୁ ଇ-ଶ୍ରମର ଦ୍ୱିତୀୟ କିସ୍ତି ମିଳିବ ବୋଲି ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି ।

ଯେତେବେଳେ ଦ୍ୱିତୀୟ କିସ୍ତି ଜାରି ହେବ, ଆପଣମାନେ ବହୁତ ସହଜ ତରିକାରେ ତାହା ଜାଣିପାରିବେ । ଏ କ୍ଷେତ୍ରର ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ମେସେଜ୍ ଆସିଥାଏ । ଏହାପରେ ଆପଣ ବ୍ୟାଙ୍କ ଖାତା ଚେକ୍ କରି ପଇସା ଆସିଛି କି ନାହିଁ ତାହା ଜାଣିପାରିବେ । ଯଦି ଆପଣଙ୍କ ମୋବାଇଲ ନମ୍ବରକୁ ମେସେଜ୍ ଆସିନଥିବ, ତେବେ ଆପଣ ଏପରି ସ୍ଥିତିରେ ବ୍ୟାଙ୍କ ଯାଇ ସଠିକ୍ ବିବରଣୀ ପାଇପାରିବେ ।

Get real time updates directly on you device, subscribe now.