fbpx

ବିଚ୍ ରାସ୍ତାରେ ଟ୍ରାଫିକ୍ ପୋଲିସ୍ କଲେ ଏମିତି କାମ, ଲୋକେ କଲେ ସଲାମ୍

ସୋସିଆଲ ମିଡିଆରେ କିଛି ଏଭଳି ଘଟଣା ଭାଇରାଲ ହୋଇଥାଏ ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ କରିଥାଏ । ଯାହା ଅନେକ ସମୟରେ ଭାବିବାକୁ ବାଧ୍ୟ କରିଥାଏ ଯେ ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ କାମକୁ ନିଷ୍ଠାର ସହ କରିଥାନ୍ତି ।

ଏହିପରି ଜଣେ ନିଷ୍ଠାପର ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରୋ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ ସଡ଼କରେ ପଥର ବିଛେଇ ହୋଇପଡ଼ିଛି । ଆଉ କାଳେ ଏହି ପଥର ଯୋଗୁଁ ଦୁର୍ଘଟଣା ଘଟିଯିବ ସେଥିପାଇଁ କାହାକୁ ଅପେକ୍ଷା ନକରି ନିଜେ ସେହି ପଥରକୁ ସଫା କରିଛନ୍ତି ।

ସେପଟେ ଟ୍ରାଫିକ୍ ପୋଲିସଙ୍କ ଏହି କାମକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ଅନେକ ୟୁଜର୍ସ ଟ୍ରାଫିକ ପୋଲିସଙ୍କ ଏହି କାର୍ଯ୍ୟପାଇଁ ତାଙ୍କୁ ସଲାମ କରିଛନ୍ତି । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by Shazz Shameem (@omgshazz)

 

Get real time updates directly on you device, subscribe now.