fbpx

ନିବେଶକଙ୍କ ପାଇଁ ଖୁସି ଖବର: Mutual Fund ନିବେଶରେ ଏଣିକି ମିଳିବ ‘Nominee’ ଅପସନ୍, SEBI ଜାରିକଲା ସର୍କୁଲାର

ନୂଆଦିଲ୍ଲୀ: ନିବେଶକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏଣିକି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ସମୟରେ ଆପଣଙ୍କୁ ନୋମିନି ଆଡ୍ କରିବା ବା ବାହାର କରିବାର ବିକଳ୍ପ ଅପସନ୍ ମିଳିବ । ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇ ସୂଚନା ଦିଆଯାଇଛି ।

ଯଦି ଆପଣମାନେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ନିହାତିପକ୍ଷେ ଏକ ଖୁସି ଖବର । ଆସନ୍ତା ଅଗଷ୍ଟ ୧ ତାରିଖରୁ ଫଣ୍ଡରେ ନିବେଶ କରିବାକୁ ଥିବା ନିବେଶକଙ୍କ ପାଇଁ ‘ନୋମିନି’ ବିକଳ୍ପ ଅପସନ ମିଳିବ । କାରବାର ଓ ଡିମାଟ ଆକାଉଣ୍ଟ ଖାତା ଖୋଲିବା ପାଇଁ ସେବି ଗତବର୍ଷ ମଧ୍ୟ ନିବେଶକଙ୍କ ପାଇଁ ଅନୁରୂପ ବିକଳ୍ପ ଦେଇଥିଲା ।

ଏଥିସହିତ ସେବି ପକ୍ଷରୁ ସମ୍ପତ୍ତି ପ୍ରବନ୍ଧନ କମ୍ପାନୀ (ଏଏମସି)କୁ ଫଣ୍ଡରେ ନିବେଶ କରୁଥିବା ସମସ୍ତ ବ୍ୟକ୍ତିଗତ ୟୁନିଟଧାରୀଙ୍କ ପାଇଁ ନୂଆ ନିୟମ ପ୍ରଣୟନ କରାଯାଇଛି । ଏଥିପାଇଁ ସେବି ପକ୍ଷରୁ ୨୦୨୩ ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆର୍ଥିକ କ୍ଷେତ୍ରରେ ସୁରକ୍ଷିତ ରହିବା ପାଇଁ ଆଜିକାଲି ବିଭିନ୍ନ ପ୍ରକାରର ନିବେଶ ସ୍କିମ ରହିଥିବା ବେଳେ ସେଥିମଧ୍ୟରୁ ମ୍ୟୁଚୁଆଣ୍ଡ ଫଣ୍ଡ ଏକ ଉତ୍ତମ ନିବେଶ ସିଷ୍ଟମ ।

Get real time updates directly on you device, subscribe now.