fbpx

“ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ନେଇ ଓଡ଼ିଶାରେ ବିରୋଧ, ବାଲେଶ୍ୱରରେ ଯୁବକଙ୍କ ଆତ୍ମହତ୍ୟା

ବାଲେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ “ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ହିଂସାତ୍ମକ ରୂପରେ ପରିଣତ ହୋଇଛି । ଏହାରି ଭିତରେ ସେନାରେ ନିଯୁକ୍ତି ସୁଯୋଗ ନପାଇ ବାଲେଶ୍ୱରରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଏହି ଦୁଖଃଦ ଘଟଣା ସମସ୍ତ ମନରେ ଉଦବେଗ ସୃଷ୍ଟି କରିଛି। ଯୁବକ ଜଣକ ଦିର୍ଘ ଦେଢ଼ ବର୍ଷପୁର୍ବେ ସ୍ଥଳସେନାରେ ଭର୍ତ୍ତି ହେବା ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ ।

ମହାମାରୀ କରୋନା ପାଇଁ ଲିଖିତ ପରୀକ୍ଷା ହୋଇ ପାରିନଥିଲା। ତାଙ୍କର ଲିଖିତ ପରୀକ୍ଷା ବାରମ୍ବାର ଘୁଞ୍ଚି ଚାଲିଥିଲା। ଗତ ଦେଢ଼ ବର୍ଷ ଧରି ସେ ଅନ୍ୟ କୌଣସି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଭାଗ ନନେଇ ସେନାବହିନି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ଏବେ ଅଗ୍ନିପଥ ଯୋଜନା ଆସିବା ପରେ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ଲିଖିତ ପରୀକ୍ଷା ବାତିଲ ହେବାରୁ ସେ ହତାଶ ହୋଇପଡ଼ିଥିଲେ।

ଶେଷରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଶୋଇବା ଘରେ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ ସେ। ଆତ୍ମହତ୍ୟା ପୂର୍ବରୁ ରାତି ପ୍ରାୟ ୩ଟାରେ ଧନଞ୍ଜୟ ପରିବାର ଲୋକଙ୍କୁ ଏହି କାରଣରୁ ଆତ୍ମହତ୍ୟା କରୁଥିବା ନେଇ ମେସେଜ୍ କରିଥିଲେ। ସକାଳେ ଘର ଲୋକ ମେସେଜ୍ ଦେଖି ହତବାକ୍ ହୋଇଯିବା ସହ ଶୋଇବା ଘରୁ ଝୁଲନ୍ତା ଅବସ୍ଥାରେ ଧନଞ୍ଜୟଙ୍କୁ ଉଦ୍ଧାର କରିଥିଲେ ସୋର ପୁଲିସ ଶବ ବ୍ୟବଚ୍ଛେବ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଧନଞ୍ଜୟଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବାବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Get real time updates directly on you device, subscribe now.