fbpx

ଫେସବୁକ, ହ୍ୱାଟ୍ସଆପ ଏବଂ ଟ୍ୱିଟର ସମେତ ୨୨ ଆପ ବ୍ୟାନ: ଜାଣନ୍ତୁ କ’ଣ ପ୍ରକୃତ ରହସ୍ୟ

ବିହାର: ଜୁନ ୧୮ ତାରିଖରେ ବିହାର ବନ୍ଦ ପୂର୍ବରୁ ୧୨ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏହାସହିତ ଫେସବୁକ, ହ୍ୱାଟ୍ସଆପ ଏବଂ ଟ୍ୱିଟର ସମେତ ମୋଟ ୨୨ଟି ଆପ ଉପରେ ବ୍ୟାନ ଆଦେଶ ଜାରି କରାଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ କିଛି ମେସେଜ କରିପାରିବେନି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହିଭଳି ମୋଟ ୨୨ଟି ସୋସିଆଲ ମିଡିଆ ଆପକୁ ବ୍ୟାନ ଲଗାଇଛନ୍ତି ବିହାର ରାଜ୍ୟ ସରକାର ।

ରାଜ୍ୟର ମୋଟ ୧୨ଟି ଜିଲ୍ଲାରେ ଏହି କଟକଣା ଜାରି କରାଯାଇଛି । ଏହି ଜିଲ୍ଲାମାନଙ୍କ ଭିତରେ ରହିଛି କେମୁର, ଭୋଜପୁର, ଔରଙ୍ଗାବାଦ, ରୋହତ।।ସ, ବକ୍ସର, ନବାଦା, ପଶ୍ଚିମ ଚମ୍ପାରଣ, ସମସ୍ତୀପୁର, ଲଖୀସରାୟ, ବେଗୁସରାୟ, ବୈଶାଳୀ ଏବଂ ସାରଣ ଜିଲ୍ଲା ଇତ୍ୟାପିରେ ଇଣ୍ଟରନେଟ ସେବା ସମେତ ସୋସିଆଲ ମିଡିଆ ବ୍ୟବହାର ଉପରେ ରୋକ ଲାଗିଛି । ତେବେ ଏହିସବୁ ନିଷ୍ପତ୍ତି ନିଆଯିବାର ଏକମାତ୍ର କାରଣ ହେଉଛି ଅଗ୍ନିପଥ ଯୋଜନାକୁ ନେଇ ଚାଲିଥିବା ବିରୋଧ । ବିଭିନ୍ନ ସ୍ଥାନରେ ଏହାକୁ ନେଇ ଚାଲିଥିବା ହିଂସାକାଣ୍ଡ ଏବଂ ଭଙ୍ଗାରୁଜା ଯୋଗୁଁ ଅନେକ ଧନଜୀବନ କ୍ଷୟକ୍ଷତି ହେଉଛି । ଏହାସହିତ ପୋଲିସ ଏବଂ ସାଧାରଣ ଜନତା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମଧେପୁରା ଷ୍ଟେସନରେ ହୋଇଥିବା ଭଙ୍ଗାରୁଜାରେ ରେଲୱେକୁ ପ୍ରାୟ ୫ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଛି । ଏଭଳି ହିଂସାତ୍ମକ କାଣ୍ଡ ଦିନକୁ ଦିନ ରାଜ୍ୟରେ ବଢୁଥିବା ଦେଖି ଅଧିକାଂଶ ସ୍ଥାନରେ କଟକଣା ଜାରି କରିଛନ୍ତି ବିହାର ସରକାର । ରାଜ୍ୟର ୧୨ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯିବା ସହିତ ସୋସିଆଲ ମିଡିଆ ଗୁଡିକ ଉପରେ ରାଜ୍ୟ ସରକାର ୩ ଦିନିଆ ବ୍ୟାନ ଆଦେଶ ଦେଇଛନ୍ତି ।

Get real time updates directly on you device, subscribe now.