fbpx

ପୁରୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ(ଓଡ଼ିଶା ଭାସ୍କର): ପୁରୀରୁ ବ୍ରାଉନସୁଗାର ଜବତ । ପ୍ରାୟ ୯୭୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୪ ଜଣ ଗିରଫ ହୋଇଛନ୍ତି । ଉତ୍ତରା ଛକରୁ ବ୍ରାଉନସୁଗାର ଜବତ କରିଛି ପିପିଲି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ବୋଲି ଜଣାପଡିଛି ।

ତେବେ ଗତକାଲି ଖୋର୍ଦ୍ଧାରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଖୋର୍ଦ୍ଧା ଟାଉନ ଥାନା ଅଧୀନ ସ୍ୱପ୍ନେଶ୍ୱର ସାହିରେ ଅବକାରୀ ଚଢ଼ଉରେ ଜଣେ ମହିଳା ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ଖୋର୍ଦ୍ଧା ସ୍ୱପ୍ନେଶ୍ୱର ସାହିରେ ଏକ ଘରେ ବ୍ରାଉନସୁଗାର ବିକ୍ରି ହେଉଥିବା ସୂଚନା ପାଇବା ପରେ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର, ଖୋର୍ଦ୍ଧା ଓ ବେଗୁନିଆ ଓଆଇସିଙ୍କୁ ନେଇ ଏକ ଟିମ୍ ଉକ୍ତ ଘରେ ଚଢ଼ଉ କରିଥିଲା।

Get real time updates directly on you device, subscribe now.