fbpx

So Cute…. କ୍ୟାଣ୍ଡଲ ଲିଭାଇ ଏମିତି କିଛି କଲା ଶିଶୁ: ଭିଡିଓ ଦେଖିଲେ ଆପଣ ବି କହିବେ Wahhh

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଅନେକ ଭିଡିଓ ଆମକୁ କର୍ମମୟ ଜୀବନରୁ ବାହାର କରି ଟିକିଏ ମନୋରଞ୍ଜନ ଯୋଗାଇଥାଏ । ବିଭିନ୍ନ ପ୍ରକାର ମଜାଦାର ଭିଡିଓ ସହିତ ଲୋକମାନଙ୍କୁ ଟେନସନରୁ ମୁକ୍ତି ଦେଇଥାଏ ସୋସିଆଲ ମିଡିଆ । ଠିକ ସେହିପରି ଏକ ଭିଡିଓ ଏବେ ଟିକଟକରେ ଭାଇରାଲ ହେବାରେ ଲାଗିଛି । ଜନ୍ମଦିନରେ ଶିଶୁର ଏହି କାରନାମା ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବାର୍ଥଡେ କେକରେ ଥିବା କ୍ୟାଣ୍ଡଲ ଲିଭାଇ ସାରିବା ପରେ ପିଲାଟି ଯାହା କରିଛି ତାକୁ ଦେଖି ଅନେକ ଲୋକ ଦିୱାନା ହୋଇଯାଇଛନ୍ତି ।

ଟିକଟକରେ ଏହି ଭିହିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଛୋଟ ପିଲାଟି କ୍ୟାଣ୍ଡଲ ଲିଭାଇବା ପାଇଁ ବାରମ୍ବାର ଚେଷ୍ଟା କରୁଛି । ଏହି ସମୟରେ ପାଖରେ ଥିବା ପରିବାର ଲୋକଙ୍କ କୋଳାହଳର ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି । ଶେଷରେ ପାଟିରେ ଫୁଙ୍କି ଫୁଙ୍କି ଫେଲ ମାରିବାରୁ ପିଲାଟି ଏହାକୁ ହାତରେ ଲିଭାଇ ଦେଇଛି । ଏହାପରେ ଦେଖନ୍ତୁ କ’ଣ ଘଟୁଛି ଏହି ଭିଡିଓରେ ।

ପିଲାଟି କ୍ୟାଣ୍ଡଲ ଲିଭାଇବା ପରେ ସାରା ପରିବାର ହସିବାରେ ଲାଗିଛନ୍ତି । ପରିବାରର ଅନ୍ୟ ସଦସ୍ୟମାନଙ୍କ ଦେଖି ପିଲାଟି ମଧ୍ୟ ସେମାନଙ୍କ ନକଲ କରିବାକୁ ଲଗୁଛି । ତାଳି ମାରି ଜୋରେ ହସିବାକୁ ଲାଗିଛି ବାର୍ଥଡେ ବୟ । ତେବେ ଏହି ପିଲାଟିର କ୍ୟୁଟ ହସ ସମସ୍ତଙ୍କ ହୃଦୟକୁ ଛୁଇଁଛି । ତେବେ ଏହି ଭିଡିଓରେ କରାଯାଇଥିବା କମେଣ୍ଟସକୁ ଦେଖିଲେ ଆପଣ ମଧ୍ୟ ପିଲାଟିର ଦିୱାନା ପାଲଟିଯିବେ ।

ଭିଡିଓଟି କେଉଁଠିକାର ତାହା ଏପର୍ଯ୍ୟନ୍ତ ଜଣା ପଡି ନଥିବା ବେଳେ ସୋସିଆଲ ମିଡିଆରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ୨ ମିଲିୟନରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଥିବା ବେଳେ ଦେଢ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । ଏହାବ୍ୟତୀତ ପିଲାଟିର କ୍ୟୁଟନେସକୁ ଦେଖି ହଜାର ହଜାର ଲୋକ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.