fbpx

ଦେଶରେ ୭୨ ହଜାରୁ ଅଧିକ ସକ୍ରିୟ କରୋନା ରୋଗୀ, ଆଜି ପୁଣି ୧୨ ହଜାରୁ ଅଧିକ ସଂକ୍ରମିତ

ନୁଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଦୈନିକ ୧୨ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କେନ୍ଦ୍ରୀୟ ସ୍ୱାସ୍ତ୍ୟ ମନ୍ତ୍ରଳାୟ ସୂଚନା ମୁତାବକ, ଦେଶରେ ଗତ ୨୪ ଘଣ୍ଟାରେ ୧୨ ହଜାର ୮୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧୫ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ପ୍ରତିଦିନ ବଢୁଥିବା ସଂକ୍ରମଣ କାରଣରୁ ସକ୍ରିୟ ମାମଲାରେ ବଡ଼ ବୃଦ୍ଧି ଘଟିାଲଣି । ଏବେ ଦେଶରେ ୭୨ ହଜାର ୪୭୪ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେହିଭଳି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢି ୫୨୪୮୫୫ରେ ପହଞ୍ଚିଲାଣି ।

ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୩୪ ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଛି ଏବଂ ତିନୋଟି ମୃତ୍ୟୁ ପଞ୍ଜିକୃତ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ୧୯୮୮୯ ନମୁନା ପରୀକ୍ଷା କରିଛି। ପରୀକ୍ଷା ମଧ୍ୟରୁ ୭.୭୧ ପ୍ରତିଶତ ରୋଗୀ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାର ଗୋଟିଏ ଦିନ ପୂର୍ବରୁ ସଂକ୍ରମଣ ହାର ୮.୧୮ ପ୍ରତିଶତ ଥିଲା। ୧୨୫୫ ରୋଗୀ କରୋନାଙ୍କୁ ପରାସ୍ତ କରିବା ମଧ୍ୟ ଏକ ଆଶ୍ବସ୍ତିକର ବିଷୟ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ୩୩୭୦ ରୋଗୀ ଘରେ ବିଚ୍ଛିନ୍ନ ହୋଇ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଶନିବାର ଦିନ ରୋଗୀଙ୍କ ସଂଖ୍ୟା ୨୪୧ ରେକର୍ଡ କରାଯାଇଛି ଯେଉଁଥିରେ ଆଇସିୟୁରେ ୭୦ ରୋଗୀ, ଅମ୍ଳଜାନରେ ୭୯ ଏବଂ ଭେଣ୍ଟିଲେଟରରେ ୧୩ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି।

Get real time updates directly on you device, subscribe now.