fbpx

ଗୋଟିଏ ଝିଅକୁ ଭଲ ପାଇବସିଲେ ସ୍ୱାମୀ-ସ୍ତ୍ରୀ, ଏକାସାଙ୍ଗରେ ଭାଙ୍ଗିଲା ହୃଦୟ! ଜାଣନ୍ତୁ ଅଜବ ପ୍ରେମକାହାଣୀ

ନୂଆଦିଲ୍ଲୀ: ପ୍ରେମର ଅନେକ ଅଜବ-ଗଜବ ମାମଲା ସାମ୍ନାକୁ ଆସିଥାଏ, ଯାହାକୁ ଶୁଣି ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ । ସେହିପରି ଆମେରିକାର ଫ୍ଲୋରିଡାରୁ ଏପରି ଏକ ଟ୍ରିପଲ ଲଭ ଷ୍ଟୋରୀ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଦମ୍ପତ୍ତି ଆପୋଷ ବୁଝାମଣାରେ ଗୋଟିଏ ଝିଅକୁ ଡେଟ କରିବାକୁ ନିଷ୍ପତ୍ତିି ନେଇଥିଲେ । ସମ୍ପର୍କ ଆଗକୁ ବଢ଼ିବାରୁ ୩ ଜଣ ଏକାସାଙ୍ଗରେ ରହିବାକୁ ଲାଗିଲେ । କିନ୍ତୁ ପରେ ଯୁବତୀ ଜଣକ ନିଜକୁ ଏହି ସମ୍ପର୍କଠାରୁ ଅଲଗା କରିଦେଲେ । ଏବେ ବ୍ରେକଅପ୍ ପରେ ଦମ୍ପତ୍ତି ନିଜ ଅନୂଭବ ସେୟାର କରୁଛନ୍ତି ।

ତେବେ ଆମେରିକାର ଫ୍ଲୋରିଡାରେ ରହୁଥିବା ଜେସ ଡେମାର୍କୋ ଓ ତାଙ୍କ ସ୍ୱାମୀ ଷ୍ଟିଫନ ଡେମାର୍କୋ ପୋଲିୟାମୋରସରେ ରିଲେସନସିପରେ ଥିଲେ । ପୋଲିୟାମୋରସ ରିଲେସନସିପ୍ ଅର୍ଥାତ୍ ଏପରି ସମ୍ପର୍କ, ଯେଉଁଥିରେ ଆପୋଷ ବୁଝାମଣାରେ ୨ରୁ ଅଧିକ ଲୋକ ସାମିଲ ହୋଇପାରିବେ ।

ଜେସ ଓ ଷ୍ଟିଫନ ୧୩ ବର୍ଷରୁ ଏକାଠି ଥିବା ବେଳେ କିଛି ସମୟ ପୂର୍ବରୁ ଜଣେ ଯୁବତୀଙ୍କୁ ନିଜ ସମ୍ପର୍କରେ ସାମିଲ କରିଥିଲେ । ସ୍ୱାମୀ-ସ୍ତ୍ରୀ ଉଭୟ ଗୋଟିଏ ଯୁବତୀଙ୍କୁ ଭଲପାଇ ବସିଲେ । ଡେଟିଂ ଓ ଏକା ସାଙ୍ଗରେ ରହିବା ପରେ ବି ତାଙ୍କ ମଧ୍ୟରେ ରିଲେସନ ବେଶିଦିନ ରହିଲା ନାହିଁ ।

Jess and Stephen

ଏକ ସାକ୍ଷାତକାରରେ ଉଭୟ କହିଛନ୍ତି ଯେ, ପୋଲାମୋରସ ଏକ ରେଗୁଲାର ରିଲେସନସିପ୍ ଭଳି ହୋଇଥାଏ । ଯେବେ ଆପଣ କିଛି ଖାସ୍ ଲୋକଙ୍କୁ ସହ ଭେଟନ୍ତି ଓ ତାଙ୍କ ନିକଟତର ହେବାକୁ ଚେଷ୍ଟା କରନ୍ତି । କିନ୍ତୁ ଏହି ସମ୍ପର୍କ ସତ ପ୍ରେମରେ ବଦଳିଯାଉ ବୋଲି ଆପଣ ଆଶା କରନ୍ତି ।

ତେବେ ଜେସ ନିଜକୁ ବାଇସେକ୍ସୁଆଲ ଜାଣିବା ପରେ ନିଜ ସ୍ୱାମୀଙ୍କୁ ଏବିଷୟରେ କହିଥିଲେ । ଏହା ପରେ ଦୁହେଁ ଜଣେ ଯୁବତୀକୁ ଡେଟ କରିବା ଆରମ୍ଭ କରିଥିଲେ । ଜେସ କହିଥିଲେ ଯେ, ଆମେ ଏକାସାଙ୍ଗରେ ରହିବାକୁ ଚାହୁଁଥିଲୁ । ଏହା ପାରେ ଆମକୁ ଜଣେ ଯୁବତୀ ମିଳିଲେ, ଯେ କି ଜଣେ ପୁରୁଷ ଓ ଜଣେ ମହିଳାଙ୍କ ସହ ଡେଟ କରିବାକୁ ଚାହୁଁଥିଲେ । କିନ୍ତୁ ନୂଆ ନୂଆ ଲୋକଙ୍କ ସହ ଡେଟ କରିବା ଯୋଗୁଁ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା ଓ ସେମାନଙ୍କ ପ୍ରେମିକା ସମ୍ପର୍କଠାରୁ ଦୂରେଇ ଯାଇଥିଲା ।

Get real time updates directly on you device, subscribe now.