fbpx

ଏୟାରପୋର୍ଟରେ ହେବ ସଂସ୍କୃତ ଭାଷାରେ ଆନାଉନ୍ସମେଣ୍ଟ; ଯାତ୍ରୀଙ୍କୁ ଦିଆଯିବ କୋଭିଡ ସୁରକ୍ଷା ବାର୍ତ୍ତା

ରେଳ ଷ୍ଟେସନ ହେଉ ବା ଏୟାରପୋର୍ଟ କୌଣସି ଘୋଷଣାକୁ ଇଂରାଜୀ, ହିନ୍ଦୀ ଓ ଆଞ୍ଚଳିକ ଭାଷାର ହିଁ ବ୍ୟବହାର କରାଯାଇଥାଏ । କିନ୍ତୁ ଦେଶରେ ଏଭଳି ଏକ ଏୟାରପୋର୍ଟରେ ଇଂରାଜୀ ହିନ୍ଦୀ ସହ ତୃତୀୟ ଭାଷା ଭାବେ ସଂସ୍କୃତ ଭାଷାରେ ଘୋଷଣା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସଂସ୍କୃତ ଭାଷାର ଆଦର କମିଯାଉଥିବା ବେଳେ ଏହି ପ୍ରୟାସ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସଂସ୍କୃତ ଭାଷାକୁ ପୁଣି ପ୍ରଚଳନ କରାଯାଇ ପାରିବ ବୋଲି ଏଭଳି ନିଷ୍ପତ୍ତି ନିଆଯାଇଛି ।

ବାରଣାସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ରାଷ୍ଟୀୟ ଏୟାରପୋର୍ଟରେ ଏଣିକି କୋଭିଡ-୧୯ ସୁରକ୍ଷା ବାର୍ତ୍ତା ସଂସ୍କୃତ ଭାଷାରେ ଶୁଣିବାକୁ ମିଳିବ । ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଠାରୁ ଏହି ଏୟାରପୋର୍ଟରେ କୋଭିଡ-୧୯ର ସମସ୍ତ ତଥ୍ୟ ସଂସ୍କୃତ ଭାଷାରେ ଘୋଷଣା କରାଯାଉଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ବାରଣାସୀ ଏୟାରପୋର୍ଟ ଟ୍ୱିଟ୍ ମାଧ୍ୟମରେ ଏହି ଆନାଉନ୍ସମେଣ୍ଟର ସୂଚନା ଦେଇଥିଲେ । ଏହି ଏୟାରପୋର୍ଟରେ କୋଭିଡ-୧୯ର ସମସ୍ତ ସୂଚନା ଇଂରାଜୀ ଓ ହିନ୍ଦୀ ପରେ ସଂସ୍କୃତ ଭାଷାରେ ଘୋଷଣା କରାଯିବାର ନିଷ୍ପତ୍ତି ନିଆଯାଇଛି । ଯାତ୍ରୀମାନେ ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କୁ ଏଭଳି ଲାଗିବ ଯେ ସେମାନେ କାଶୀ-ସଂସ୍କୃତ ଭାଷାର ପୀଠରେ ପ୍ରବେଶ କରିବାର ଅନୁଭବ କରି ପାରିବେ । ଏୟାରପୋର୍ଟ ନିର୍ଦ୍ଦେଶକ ଆର୍ୟମା ସାନ୍ୟାଳ ସୂଚନା ଦେଇ କହିଛନ୍ତି ଭାଷାକୁ ସମ୍ମାନ ଦେବା ପାଇଁ ସଂସ୍କୃତ ଭାଷାରେ ଘୋଷଣା କରାଯିବାର ନିଷ୍ପତ୍ତି ନିଆଯାଇଛି । ତେବେ କର୍ତ୍ତୃପକ୍ଷଙ୍କ ଏଭଳି ପଦକ୍ଷେପକୁ ଅନେକ ପ୍ରଶଂସା କରିଛନ୍ତି ।

 

Get real time updates directly on you device, subscribe now.