fbpx

ମୋବାଇଲ ଗେମ୍ ଯୋଗୁଁ ୩୯ ଲକ୍ଷ ଗାଏବ୍! ପୁଅ କରିଦେଲା ବାପାଙ୍କ ଆକାଉଣ୍ଟ ଖାଲି

ମୋବାଇଲ ଗେମ୍ ଖେଳିବା ନିଶାରେ ଗୋଟିଏ ପରିବାର କାଙ୍ଗାଳ ହେବାକୁ ବସିଛି । ଫୋନରେ ବିଜିଏମଆଇ ଗେମ୍ ଖେଳୁଥିବା ଜଣେ ପିଲା ନିଜ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛି ।

ଏକ ରିପୋର୍ଟ ଅନୂଯାୟୀ ଏହି ମାମଲା ଆଗ୍ରାର, ଯେଉଁଠାରେ ଗୋଟିଏ ପିଲା ନିଜ ବାପାଙ୍କ ଫୋନରେ ଗେମ୍ ଖେଳୁଥିଲା । ଆଉ ବ୍ୟାଙ୍କରୁ ଏତେ ଟଙ୍କା ଗାଏବ ହେବା ପରେ ପୋଲିସରେ ଅଭିଯୋଗ କରିଛନ୍ତି ବ୍ୟକ୍ତିି । ଆଗ୍ରା ପୋଲିସ ଯେତେବେଳେ ଯାଞ୍ଚ କରିଥିଲା ସେତେବେଳେ ବିଜିଏମଆଇର ଡେଭେଲପର କମ୍ପାନୀ କ୍ରାଫ୍ଟନର ନାମ ଆସିଥିଲା ।

ସେହି ବ୍ୟକ୍ତି ଜଣେ ଅବସରପ୍ରାପ୍ତ ସୈନିକ । ସେ ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କ ଖାତାରୁ ୩୯ ଲକ୍ଷ ଟଙ୍କାର ଠକାମୀ ୋହଇଛି । ତାଙ୍କୁ ଜଣାନଥିଲା ଯେ ବ୍ୟାଙ୍କ ଖାତାରୁ ଏତେ ବଡ଼ ଟଙ୍କା କିଭଳି ଗାଏବ ହୋଇଗଲା । ଯେତେବେଳେ ବ୍ୟାଙ୍କଠାରୁ ଏହା ବିଷୟରେ ସୂଚନା ମଗାଯାଇଥିଲା ସେତେବେଳେ ଜଣାପଡ଼ିଥିଲା ଯେ ପ୍ରଥମ ଟଙ୍କା ପେଟିଏମ ଦ୍ୱାରା ଟ୍ରାନ୍ସଫର କରାଯାଇଥିଲା, ଯାହା ସିଙ୍ଗାପୁରରେ ଏକ ଖାତାକୁ ଯାଇଥିଲା, ଯାହା କ୍ରାଫ୍ଟନ କମ୍ପାନୀର । ବିଜିଏମଆଇ  ଭଳି ଗେମରେ ଅନେକ ଫିଚର୍ସକୁ ଆକ୍ଟିଭ କରିବା ପାଇଁ ପେମେଣ୍ଟ କରିବାକୁ ପଡ଼ିଥାଏ ।

ତେବେ ସେବାନିବୃତ୍ତ ସୈନିକ ଜଣକ କ୍ରାଫ୍ଟନ କମ୍ପାନୀ ଉପରେ ଠକାମୀ ଏବଂ ଆଇଟି ଆକ୍ଟ ଅନୂଯାୟୀ ମାମଲା ରୁଜୁ କରିଛନ୍ତି । ମାମଲା ଯାଞ୍ଚ କରାଯାଉଛି ।

Get real time updates directly on you device, subscribe now.