fbpx

ଶୋଇବା ସମୟରେ ହିଁ ବ୍ରେଷ୍ଟ କ୍ୟାନସର ଅଧିକ ମାତ୍ରାରେ ବ୍ୟାପିଥାଏ, ଆସିଲା ନୂଆ ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଅନେକ ମହିଳା ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନସରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି । ତେବେ ମହିଳାଙ୍କ ଛଡ଼ା ପୁରୁଷଙ୍କ ଠାରେ ମଧ୍ୟ ଏହି ବୀମାରୀ ଦେଖାଦେଇଥାଏ । ତେବେ ବ୍ରେଷ୍ଟ କ୍ୟାନସରକୁ ନେଇ ଏକ ନୂଆ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି । ଶୋଇବା ସମୟରେ ସ୍ତନ କର୍କଟ ରୋଗ ବ୍ୟାପୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ।

ଏହି ରିସର୍ଚ୍ଚରେ ୩୦ ଜଣ ବ୍ରେଷ୍ଟ କ୍ୟାନସର ରୋଗୀଙ୍କୁ ସାମିଲ କରାଯାଇଥିଲା । ତେବେ ସେମାନଙ୍କର ମଧ୍ୟରୁ ୭୮ ପ୍ରତିଶତ ରୋଗୀଙ୍କ ସର୍କୁଲେଟିଂ ଟ୍ୟୁମର ସେଲ (ସିଟିସି) ଶୋଇବା ସମୟରେ ହିଁ ମିଳିଥିଲା । ତେବେ ରାତି ସମୟରେ ସେଲଗୁଡ଼ିକ ମେଟାଷ୍ଟେଜେସରେ ପରିଣତ ହେବାର ସମ୍ଭାବନା ଅଧିକ ରହିଥାଏ । ଦିନ ଅପେକ୍ଷା ରାତିରେ ଏହି ସେଲଗୁଡ଼ିକ ଦ୍ରୁତ ଭାବେ ବିଭାଜିତ ହୋଇଥାନ୍ତି ।

ଯେତେବେଳେ ମଣିଷ ଶୋଇଥାଏ, ସେତେବେଳ ଟ୍ୟୁମର ଜାଗ୍ରତ ହୋଇଥାଏ ବୋଲି ଏହି ରିସର୍ଚ୍ଚର ମୁଖ୍ୟ ନୋକୋଲା ଏସିଟୋ କହିଛନ୍ତି । ମଣିଷ ପାଇଁ କ୍ୟାନସର ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ପ୍ରତ୍ୟେକ ବର୍ଷ ୨୦ ଲକ୍ଷରୁ ଅଧିକ ରୋଗୀ ବ୍ରେଷ୍ଟ କ୍ୟାନସରର ଶିକାର ହୋଇଥାନ୍ତି । ଯଦି ପ୍ରାରମ୍ଭରୁ ଏହି ରୋଗର ଚିକିତ୍ସା କରାଯାଏ, ତେବେ ଜଣେ ଲୋକ ସୁସ୍ଥ ହୋଇପାରିବ ।

ତେବେ ମେଟାଷ୍ଟେଜେସରେ ପରିଣତ ହେବା ପରେ ଏହି ରୋଗର ଚିକିତ୍ସା କଷ୍ଟକର ହୋଇଯାଇଥାଏ । ମେଷ୍ଟାଷ୍ଟେଜେସ କାରଣରୁ ୯୦ ପ୍ରତିଶତ କ୍ୟାନସର ରୋଗୀଙ୍କ ମୃତ୍ୟୁ ଘଟିଥାଏ । ତେବେ ମଣିଷ ଅପେକ୍ଷା ମୂଷାଠାରେ ଅଧିକ ମାତ୍ରାରେ କ୍ୟାନସର ସେଲ ଦେଖାଯାଇଥାଏ । ତେବେ ବୈଜ୍ଞାନିକଙ୍କ ଏହି ନୂଆ ରିପୋର୍ଟ ପରେ ଆଗକୁ କ୍ୟାନସରର ମେଡିସିନ ଓ ଚିକିତ୍ସା ପ୍ରଣାଳୀରେ ପରିବର୍ତ୍ତନ ଘଟିପାରେ ।

Get real time updates directly on you device, subscribe now.