fbpx

ରାସ୍ତାରେ ଗାଡି ସହ ଧକ୍କା ହେଲେ ଯୁବକ: ଉଠିବା ପରେ କଲେ ଏମିତି ଡ୍ୟାନ୍ସ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଭିଡିଓ ଭାଇରାଲ ହେବା ଖୁବ ସାଧାରଣ ହୋଇଗଲାଣି । ବିଭିନ୍ନ ସ୍ଥାନର ଅନେକ ଭିଡିଓ ମାତ୍ର କେଇଟା ମୁହୂର୍ତ୍ତରେ ଭାଇରାଲ ହୋଇ ସାରା ଦେଶ ତଥା ବିଶ୍ୱରେ ବ୍ୟାପି ଯାଉଛି । ସେହିପରି ଏକ ଭିଡିଓ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଭାଇରାଲ ହେଉଥିବା ଏହି ଭିଡିଓ ହେଉଛି ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣା ସମୟର ଭିଡିଓ । ଦୁର୍ଘଟଣା ପରେ ଯୁବକ ଜଣକଙ୍କ କାରନାମା ସୋସିଆଲ ମିଡିଆରେ ଚହଳ ପକାଇ ଦେଇଛି ।

ଏହି ଭିଡିଓରେ ଜଣେ ଯୁବକଙ୍କ ବାଇକକୁ ଗୋଟିଏ କାର ଜୋରଦାର ଧକ୍କା ମାରୁ ଥିବାର ଦେଖିବାକୁ ମିଳୁଛି । ଦୁର୍ଘଟଣାରେ ଯୁବକ ଜଣକ ଛିଟିକି ଯାଇ ରାସ୍ତାରେ ପଡିଯାଇଥିଲେ । ଏମିତିକି ତାଙ୍କ ବାଇକ ମଧ୍ୟ ଭୟଙ୍କର ଭାବେ ଭାଙ୍ଗି ଚାରିଆଡେ ପଡିଥିବାର ଦେଖାଯାଇଛି । ଯାହାକୁ ଦେଖି ଯୁବକଙ୍କ ଅବସ୍ଥା ସମସ୍ତେ ଚିନ୍ତା କରୁଥିବେ । କିନ୍ତୁ ଏହି ସମୟରେ ଯୁବକ ଏମିତି କିଛି କାମ କରି ବସୁଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏଭଳି ଏକ ଦୁର୍ଘଟଣା ପରେ ଯେ କେହି ବି ଉଠିବା ପାଇଁ ଯନ୍ତ୍ରଣା ଅନୁଭବ କରିବେ । କିନ୍ତୁ ଏହି ଯୁବକ ଜଣକ ଦୁର୍ଘଟଣା ପରେ ଉଠି ନାଚିବା ଆରମ୍ଭ କରି ଦେଉଛନ୍ତି । ଏହାକୁ ଦେଖି ରାସ୍ତାରେ ଯା’ ଆସ କରୁଥିବା ସମସ୍ତ ଯାତ୍ରୀ ଚକିତ ହୋଇଯାଇଥିଲେ । ଯୁବକଙ୍କର ଏହି କାରନାମାକୁ କେହି ବିଶ୍ୱାସ କରି ପାରୁ ନାହାନ୍ତି । ତେବେ ତାଙ୍କର ଏମିତି କାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ଦୁର୍ଘଟଣା ଯୋଗୁଁ ତାଙ୍କ ମସ୍ତିସ୍କରେ ଆଘାତ ଲାଗିଥିବାରୁ ସେ ଏମିତି କରୁଥିବା ଅନେକ ଲୋକ କହିଛନ୍ତି । ସେପଟେ ଦୁର୍ଘଟଣାରେ ସମ୍ପୃକ୍ତ ଗାଡିଚାଳକ ମଧ୍ୟ ଖୁବ ଭୟଭୀତ ହୋଇଯାଇଥିଲେ ।

ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଫୁଲ ଟ୍ରେଣ୍ଡିଂରେ ରହିଛି । ଲକ୍ଷଲକ୍ଷ ଲୋକ ଏହି ଭିଡିଓକୁ ଦେଖି ସାରିଥିବା ବେଳେ ଅନେକ ଲୋକ ଏହାକୁ ପସନ୍ଦ କରିଛନ୍ତି । ଏଭଳି ଏକ ଦୁର୍ଘଟଣା ଏବଂ ପରେ ଯୁବକଙ୍କର ଏପରି କାରନାମାକୁ ଦେଖି ଲୋକଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନର ଝଡ ସୃଷ୍ଟି ହୋଇଛି । ଯାହାକୁ ଟ୍ୱିଟ ମାଧ୍ୟମରେ ପଚାରିଛନ୍ତି ହଜାର ହଜାର ୟୁଜର ।

Get real time updates directly on you device, subscribe now.