fbpx

ବନ୍ଦ ହୋଇଯିବ Windows 8.1 ର ସପୋର୍ଟ, ଜାଣନ୍ତୁ ଶେଷ ତାରିଖ

ନୂଆଦିଲ୍ଲୀ: ଖୁବଶୀଘ୍ର ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ୮.୧ କୁ ବନ୍ଦ କରିବା ହେବାକୁ ଯାଉଛି । ମାଇକ୍ରୋସଫ୍ଟ ଅନୂଯାୟୀ କମ୍ପାନୀ ୧୦ ଜାନୁଆରୀ ୨୦୨୩ ସୁଦ୍ଧା ୱିଣ୍ଡୋଜର ଏହି ଭର୍ସନକୁ ବନ୍ଦ କରିବ । ଆସନ୍ତା ମାସଠାରୁ ୟୁଜର୍ସଙ୍କୁ ଏନେଇ ନୋଟିଫିକେସନ ପଠାଯିବା ଆରମ୍ଭ ହେବ । ଆଉ ଧୀରେ ଧୀରେ କମ୍ପାନୀ ୱିଣ୍ଡୋଜ୍ ୮.୧ ର ସପୋର୍ଟ ବନ୍ଦ କରିବ । ଅର୍ଥାତ୍ ୟୁଜର୍ସଙ୍କୁ ଆଉ ୱିଣ୍ଡୋଜ୍ ୮.୧ ର ଅପଡେଟ୍ ମିଳିବ ନାହିଁ ।

ମାଇକ୍ରୋସଫ୍ଟ ୨୦୧୬ ରେ ୱିଣ୍ଡୋଜ୍ ୮ ର ସପୋର୍ଟ ବନ୍ଦ କରିଥିଲା, ସେତେବେଳେ ୱିଣ୍ଡୋଜ୍ ୮.୧ ର ଚାଲୁ ରହିଥିଲା । ଏବେ କମ୍ପାନୀ ଜାନୁଆରୀ ସୁଦ୍ଧା ୱିଣ୍ଡୋଜ୍ ୮.୧ ସପୋର୍ଟକୁ ସଂପୂର୍ଣ୍ଣ ଭାବରେ ବନ୍ଦ ଭାବରେ କରିବାକୁ ନିଷ୍ପତ୍ତି ନେଇଛି । ଅବଶ୍ୟ ଏହାପରେ ଆପଣ ୱିଣ୍ଡୋଜ୍ ୮.୧ ବ୍ୟବହାର କରିପାରିବେ କିନ୍ତୁ ଆପଣଙ୍କ ରିସ୍କରେ । କାରଣ ସପୋର୍ଟ ବନ୍ଦ ହେବା ପରେ ଆଉ କୌଣସି ଅପଡେଟ୍ କିମ୍ବା ସିକ୍ୟୁରିଟି ପ୍ୟାଚ୍ ମିଳିନଥାଏ, ଏମିତିରେ କମ୍ପ୍ୟୁଟରରେ କୌଣସି ମାଲୱେୟାର ଆଟାକ୍ କରିବାର ସମ୍ଭାବନା ଅଧିକ ଥାଏ ।

ସୂଚନାଯୋଗ୍ୟ, ୱିଣ୍ଡୋଜ୍ ୮.୧ ଦ୍ୱାରା ପରିଚାଳିତ ଅନେକ ସିଷ୍ଟମ ଲେଟେଷ୍ଟ ୱିଣ୍ଡୋଜ୍ ସିଷ୍ଟମ ସପୋର୍ଟ କରିବାରେ ସକ୍ଷମ ହେବେନାହିଁ । ଏମିତିରେ ୟୁଜର୍ସଙ୍କ ପାଖରେ ଦୁଇଟି ଅପ୍ସନ ରହିଛି । ୟୁଜର୍ସଙ୍କୁ ନୂଆ ପିସି ନେବାକୁ ହେବେ କିମ୍ବା ୱିଣ୍ଡୋଜ୍ ୮.୧ କୁ ସପୋର୍ଟ କରୁଥିବା ଏକମାତ୍ର ୱିଣ୍ଡୋଜ୍ ୧୦କୁ ଅପଗ୍ରେଡ୍ କରିବାକୁ ହେବ । ଫଳରେ ୟୁଜର୍ସ କୌଣସି ମାଲୱେୟାର ଠାରୁ ବଞ୍ଚାଇପାରିବେ ।

ୱିଣ୍ଡୋଜ୍ ୧୦ ର ସପୋର୍ଟ ଜାରି ରହିଛି । ୱିଣ୍ଡୋଜ୍ ୧୦ କୁ ନେଇ ସୂଚନା ମିଳିଛି ଯେ ଏହା ୧୪ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ କାମ କରିବ ଏବଂ ସପୋର୍ଟ ମିଳିବା ଜାରି ରହିବ ।

Get real time updates directly on you device, subscribe now.