fbpx
BSKY
BJD SHG SKY
BJD MC SKY

ବଢୁଛି ଗଜରାଜଙ୍କ ମୃତ୍ୟୁ ଘଟଣା: ପ୍ରାଣ ହରାଇଲା ଆଉ ଏକ ହାତୀ

ତେଲକୋଇ: ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ବାରମ୍ବାର ଉଠୁଛି ପ୍ରଶ୍ନ । ବିଭିନ୍ନ ସ୍ଥାନରେ ହାତୀଙ୍କ ମୃତ୍ୟୁ ଏବେ ବନବିଭାଗ ଉପରକୁ ଆଙ୍ଗୁଠି ଉଠାଇଛି । ଏହି ସମୟରେ ତେଲକୋଇ ସଂରକ୍ଷିତ ଜଙ୍ଗଲରେ ଆଉ ଏକ ହାତୀ ମୃତ୍ୟୁ ଘଟଣା ସାମନାକୁ ଆସିଛି । ଯାହାକୁ ନେଇ ପୁଣି ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଜଙ୍ଗଲରେ ଏକ ହାତୀର ମୃତଦେହ ଠାବ କରାଯାଇଛି ।

ସୂଚନା ଅନୁସାରେ, ତେଲକୋଇ ସଂରକ୍ଷିତ ଜଙ୍ଗଲରେ ଏକ ମାଈହାତୀର ମୃତଦେହ ଠାବ ହୋଇଛି । କାଳିଆହତା ଫରେଷ୍ଟ ବିଟ କଳାପାଟ ସଂରକ୍ଷିତ ଜଙ୍ଗଲରୁ ଏହି ହାତୀର ମୃତଦେହ ଜବତ କରାଯାଇଛି । ତେବେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନାହିଁ । ସେପଟେ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଏକ ଟିମ ପହଞ୍ଚିଛି । ହାତୀ ମୃତ୍ୟୁର ତଦନ୍ତ କରିବା ସହ ଯଥାଶୀଘ୍ର ମାମଲାର ମୂଳ ପର୍ଯ୍ୟନ୍ତ ପହଞ୍ଚିବାପାଇଁ ଚେଷ୍ଟା କରିବ ବନବିଭାଗ ।

Get real time updates directly on you device, subscribe now.