fbpx

କସବକୁ ଫାଶୀ ଖୁଣ୍ଟରେ ଚଢାଇଥିବା ଓକିଲ ଉଜ୍ଜ୍ୱଳ ନିକମଙ୍କୁ ବିଜେପି ଦେଲା ଟିକେଟ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଆଜି ବିଜେପି ଏହାର ୧୫ ତମ ଲିଷ୍ଟ ଜାରି କରିଛି । ବିଜେପି ପୁନମ ମହାଜନଙ୍କ ଟିକେଟ କାଟି ଦେଇଛି । ଅନ୍ୟପକ୍ଷରେ ଆତଙ୍କବାଦୀ କସବକୁ ଫାଶୀ ଖୁଣ୍ଟରେ ଚଢାଇଥିବା ପ୍ରସିଦ୍ଧ ସରକାରୀ ଓକିଲ ଉଜ୍ଜଳ ନିକମଙ୍କୁ ମୁମ୍ବାଇ ଉତ୍ତର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି । କେବଳ କସବ ମାମଲା ନୁହେଁ ୧୯୯୩ ବମ୍ ଧମାକା, ଗୁଲସନ କୁମାର ହତ୍ୟାକାଣ୍ଡ, ପ୍ରମୋଦ ମହାଜନ ହତ୍ୟାକାଣ୍ଡ ପରି ବହୁ ହାଇ ପ୍ରୋଫାଇଲ୍ ମାମଲାରେ ସେ ସରକାରୀ ପକ୍ଷରୁ ଲଢି ଚର୍ଚ୍ଚାକୁ ଆସିଛନ୍ତି ।

ଉଜ୍ଜଳ ନିକମଙ୍କ ମୁକାବିଲା କଂଗ୍ରେସର ବର୍ଷା ଗାୟକୱାଡଙ୍କ ସହ ହେବ । ୨୬/୧୧ ମୁମ୍ବାଇ ଆତଙ୍‌କବାଦୀ ଆକ୍ରମଣ ମାମଲାରେ ଉଜ୍ଜଳ ନିକମ ସ୍ୱତନ୍ତ୍ର ସରକାରୀ ଅଧିବକ୍ତା ଭାବରେ କେସ୍ ଲଢିଥିଲେ । ଏହି ଆତଙ୍‌କବାଦୀ ଆକ୍ରମଣରେ ଏକମାତ୍ର ଜୀବିତ ଧରାପଡିଥିବା ଆତଙ୍କବାଦୀ ଅଜମଲ କସବକୁ ଫାଣୀ ଖୁଣ୍ଟ ପର୍ଯ୍ୟନ୍ତ ପହଞ୍ଚାଇବାରେ ଓ ଏହି ପୁରା ଷଡଯନ୍ତ୍ରରେ ପାକିସ୍ତାନର ପର୍ଦ୍ଦାଫାସ୍ କରାଇବାରେ ନିକମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।

Get real time updates directly on you device, subscribe now.