fbpx

ଶରୀରରେ ଶ୍ୱେତ ରକ୍ତକଣିକାର ଅଭାବ ଦୂର କରିଥାଏ ଏ ସମସ୍ତ ଫଳ

ଓଡ଼ିଶା ଭାସ୍କର: ଶ୍ୱେତ ରକ୍ତ କଣିକା (ଡବ୍ଲୁବିସି) ହେଉଛି ରକ୍ତରେ ଥିବା ଏକ ପ୍ରକାରର ରକ୍ତ କଣିକା, ଯାହା ଶରୀର ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ । ଶରୀରରେ ରକ୍ତଚାପକୁ ଠିକ୍ ମାତ୍ରାରେ ବଜାୟ ରଖିବା, ରକ୍ତକୁ ସଫା ରଖିବା ଓ ସଂକ୍ରମଣ ସହ ଲଢ଼ିବାକୁ ସାହାର୍ଯ୍ୟ କରେ ଏସବୁ ଖାଦ୍ୟ । କେବଳ ଏତିକି ନୁହେଁ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ, ରକ୍ତରେ ଥିବା ମଇଳାକୁ ବାହାର କରିଥାଏ, ସଂକ୍ରମଣକୁ ମାରିଥାଏ ଓ ଦୂର କରିଥାଏ । ଶରୀରରେ ଶ୍ୱେତ ରକ୍ତକଣିକା ର ଅଭାବ ସଂକ୍ରମଣ, ଜ୍ୱର, ଚର୍ମ ସମସ୍ୟା, ଜୀବାଣୁ ରକ୍ତ ସଂକ୍ରମଣ, ଯନ୍ତ୍ରଣା ଓ ପ୍ରଦାହ, ରକ୍ତ ଅବରୋଧ, ଆଜମା, ଦୁର୍ବଳତା, ଥକାପଣ ଇତ୍ୟାଦି ଲକ୍ଷଣ ଓ ସମସ୍ୟା ସୃଷ୍ଟି କରିପାରେ । ଯଦି ଆପଣ ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ କିଛି ଦେଖୁଛନ୍ତି କିମ୍ବା ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କର ଶ୍ୱେତ ରକ୍ତ କଣିକା ସଂଖ୍ୟା କମ୍ ହୋଇପାରେ, ତେବେ ଆପଣ ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ । ଡେଟକ୍ସପ୍ରିର ପ୍ରତିଷ୍ଠାତା ତଥା ସାମଗ୍ରିକ ପୋଷଣ ବିଜ୍ଞାନୀ ପ୍ରିୟାଂଶୀ ଭଟ୍ଟନାଗରଙ୍କ କହିବା ଅନୁଯାୟୀ, କିଛି ଖାଦ୍ୟ ପଦାର୍ଥ ସେବନ କରିବା ଦ୍ୱାରା ଶରୀରରେ ଶ୍ୱେତ ରକ୍ତ କଣିକା ବୃଦ୍ଧି ହୋଇଥାଏ।

କମଳା- କମଳା ଭିଟାମିନ୍ ସିର ଏକ ଉତ୍ତମ ଉତ୍ସ, ଯାହା ଶ୍ୱେତ ରକ୍ତ କଣିକା ସଂଖ୍ୟା ବୃଦ୍ଧି କରିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ । କମଳା ମଧ୍ୟ ଆଣ୍ଟିଅକ୍ସିଡାଣ୍ଟର ଏକ ଭଣ୍ଡାର ଏବଂ ଏହାର ସେବନ ଡବ୍ଲୁବିସି କୁ ବଢାଇଥାଏ ।

ଆମ୍ବ- ଆମ୍ବରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ରହିଥାଏ, ଯାହା ଶ୍ୱେତ ରକ୍ତ କଣିକାଗୁଡ଼ିକର ବୃଦ୍ଧି କୁ ବଢ଼ାଇଥାଏ। ୧ କପ୍ (୧୬୫ ଗ୍ରାମ୍) ଆମ୍ବ ଆପଣଙ୍କଦୈନିକ ଭିଟାମିନ୍ ସି ଆବଶ୍ୟକତାର ପ୍ରାୟ ୭୫% ପୂରଣ କରିଥାଏ। ଏହା ଦ୍ୱାରା ଶ୍ୱେତ ରକ୍ତ କଣିକା ବୃଦ୍ଧି ପାଇଥାଏ।

ପିଜୁଳି-ପିଜୁଳି ଭିଟାମିନ୍ ସିର ଏକ ଉତ୍ତମ ଉତ୍ସ ଏବଂ ଶ୍ୱେତ ରକ୍ତ କଣିକାର ମାତ୍ରା ବଢ଼ାଇବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ପିଜୁଳି ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

ଅଦା- ଅଦାରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଶ୍ୱେତ ରକ୍ତ କଣିକାକୁ ସୁରକ୍ଷା ଦେଇଥାଏ ଏବଂ ଏହାକୁ ବଢ଼ାଇବାରେ କାମ କରିଥାଏ । ଅଦା ସେବନ ଅଟୋଇମ୍ୟୁନ ରୋଗରେ ପୀଡ଼ିତ ଲୋକଙ୍କ ପ୍ରଦାହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ବ୍ରୋକଲି- ବ୍ରୋକୋଲିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି, ବି୬ ଏବଂ ଏ ଭିଟାମିନ୍ ଥାଏ, ଯାହା ଶ୍ୱେତ ରକ୍ତ କଣିକାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ବ୍ରୋକୋଲି ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ। ଏତଦ୍ ବ୍ୟତୀତ ପାଳଙ୍ଗ, ରସୁଣ, କିସମିସ୍, ଦହି ଓ ଖଜୁରୀ ଭଳି ଜିନିଷ ସେବନ କରିବା ଦ୍ୱାରା ଶ୍ୱେତ ରକ୍ତ କଣିକା ବୃଦ୍ଧି ରେ ମଧ୍ୟ ସହାୟକ ହୋଇଥାଏ।

Get real time updates directly on you device, subscribe now.