fbpx
BJD
BJD SKY
BJD SKY

ଅକ୍ଷୟ ତୃତୀୟା ରାତିରେ ଏହି ସମସ୍ତ ଯାଗାରେ ନିଶ୍ଚୟ ଜଳାନ୍ତୁ ଦୀପ, ଘରେ ବୃଦ୍ଧି ପାଇବ ଧନ ସମ୍ପତ୍ତି

ଓଡ଼ିଶା ଭାସ୍କର: ପ୍ରତି ବର୍ଷ ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପର୍ବ ମନାଯାଇଥାଏ । ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟାରେ ଘରେ ଦୀପ ଜଳାଇବା ବହୁତ ଶୁଭ ହୋଇଥାଏ ।
ଏହିଦିନ ଘରେ ୬ ସ୍ଥାନରେ ଦୀପ ଜଳାନ୍ତୁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ଓ ଧନ ପ୍ରାପ୍ତି ହୋଇଥାଏ ।

୧-ଅକ୍ଷୟ ତୃତୀୟା ଦିନ ଘରର ଉତ୍ତର ଦିଗରେ ଜରୁର ଏକ ଦୀପ ଜଳାନ୍ତୁ । କୁହାଯାଏ ଏହି ଦିଗରେ ମାତା ଲକ୍ଷ୍ମୀ ଓ ଭଗବାନ କୁବେର ବାସ କରନ୍ତି ।
୨-ଘରର ମୁଖ୍ୟ ଦ୍ୱାରରେ ଏକ ଦୀପ ନିଶ୍ଚୟ ଜଳାନ୍ତୁ । କାରଣ ମା’ ଲକ୍ଷ୍ମୀଙ୍କ ଆଗମନ ଏହି ବାଟ ଦେଇ ଆପଣଙ୍କ ଘରକୁ ହୋଇଥାଏ । ଆପଣ ମୁଖ୍ୟ ଦ୍ୱାରରେ ରଙ୍ଗୋଲି ବି ପକାଇ ପାରିବେ ।
୩-ଘରର ଯେଉଁ ସ୍ଥାନରେ ଟ୍ରେଜେରୀ ବା ଟଙ୍କା ପଇସା ରଖୁଛନ୍ତି ସେଠାରେ ବି ଏକ ଦୀପ ଜଳାନ୍ତୁ । ଏପରି କରିବା ଦ୍ୱାରା ଧନର ଆଗମନ ବଢିଥାଏ ।
୪-ଘର ଅଗଣାରେ କିମ୍ବା ଛାତ ଉପରେ ରଖିଥିବା ତୁଳସୀ ଗଛ ମୂଳରେ ଏକ ଦୀପ ଜଳାନ୍ତୁ । କୁହାଯାଏ ତୁଳସୀ ଗଛରେ ସ୍ୱୟଂ ମାତା ଲକ୍ଷ୍ମୀ ବାସ କରନ୍ତି ।
୫-ଯଦି ଘର ପାଖରେ କୌଣସି ନଳକୂଅ, କୂଅ କିମ୍ବା ପାଣିର ଉତ୍ସ ରହିଛି ତେବେ ତାହା ପାଖରେ ଏକ ଦୀପ ଜଳାନ୍ତୁ । ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
୬-ଘର ପାଖରେ ଥିବା କୌଣସି ମନ୍ଦିରରେ ବି ଦୀପ ଜଳାନ୍ତୁ । ଏହା କରିବା ଦ୍ୱାରା ସବୁ ଦେବୀ ଦେବତାଙ୍କ କୃପା ଆପଣଙ୍କ ଉପରେ ରହିବ ।

Get real time updates directly on you device, subscribe now.