fbpx
BJD
BJD SKY
BJD SKY

ପୁଣି ବ୍ୟାପିଲାଣି କରୋନା ଭୟ: ନୂଆ ଭାରିଆଣ୍ଟକୁ ନେଇ ଦେଶକୁ ବିପଦ… ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କରୋନା ଭାଇରସ୍ ପ୍ରତି ଲୋକଙ୍କ ମନରେ ଥିବା ଭୟ ପ୍ରାୟତଃ ଶେଷ ହୋଇଯାଇଛି । ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ସହ ଲୋକଙ୍କ ଭୟ ମଧ୍ୟ ହ୍ରାସ ପାଇଛି । କିନ୍ତୁ ବର୍ତ୍ତମାନ କରୋନା ନୂଆ ଭାରିଆଣ୍ଟ ସହ ଫେରୁଥିବା ଜାଣିବାକୁ ମିଳିଛି । କରୋନା ଭାଇରସର ଏକ ନୂଆ ଭାରିଆଣ୍ଟ ଏବେ ଆମେରିକାକୁ ଚିନ୍ତାରେ ପକାଇ ଦେଇଛି । ଆମେରିକାରେ ଦ୍ରୁତ ଗତିରେ ବ୍ୟାପୁଥିବା ନୂଆ ଭାରିଆଣ୍ଟ KP.2 ଏବଂ KP.1କୁ FLiRT ଭାରିଆଣ୍ଟ କୁହାଯାଉଛି । ଏହା ଓମିକ୍ରନ୍ JN.1ର ବଂଶଜ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଏବେ ଚିନ୍ତା ବୃଦ୍ଧି ପାଉଛି ।

FLiRT ଭାରିଆଣ୍ଟ ଯୋଗୁଁ ଆମେରିକାରେ ନୂଆ ମାମଲା ବୃଦ୍ଧି ପାଇଛି । ଏହି ଭାଇରସରେ ଆକ୍ରାନ୍ତ କିଛି ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମଧ୍ୟ ଜାଣିବାକୁ ମିଳିଛି । ବ୍ରିଟେନ୍, ସାଉଥ କୋରିଆ ଏବଂ ନ୍ୟୁଜିଲାଣ୍ଡରେ ମଧ୍ୟ FLiRT ମାମଲା ବୃଦ୍ଧି ପାଇବା ସହ କରୋନା ଲହରର ବିପଦ ଘନେଇଛି । ଭାରତରେ କୋଭିଡ-୧୯ର ଜିନୋମିକ୍ସ କଂସୋର୍ଟିୟମ INSACOG ଅନୁସାରେ, ମେ’ ୬ ତାରିଖ ପର୍ଯ୍ୟନ୍ତ ଦେଶରେ KP.2ର ୨୩୮ ମାମଲା ଚିହ୍ନଟ ହୋଇଥିବା ବେଳେ KP.1.1ର ୩୦ ମାମଲା ରେକର୍ଡ ହୋଇଛି । ତେବେ ନୂଆ ଭାରିଆଣ୍ଟର ଲକ୍ଷଣ ଅନ୍ୟ ଓମିକ୍ରନ ଭାରିଆଣ୍ଟସ ସହ ପ୍ରାୟତଃ ସମାନ ରହିଥାଏ । ଫ୍ଲର୍ଟ ଭାରିଆଣ୍ଟରେ ମଧ୍ୟ ବିଶେଷ କରି ଗଳା ଶୁଖିଯିବା, କାଶ, ନାକ ବନ୍ଦ ହେବା ସହ କ୍ଳାନ୍ତ ଅନୁଭବ କରିବା, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ସ୍ୱାଦ ବାରି ନ ପାରିବା ଇତ୍ୟାଦି ଲକ୍ଷଣ ମିଳିଥାଏ ।

ତେବେ ଏପ୍ରିଲ ମାସରୁ ଭାରତରେ ପୁଣିଥରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ ସଂଖ୍ୟା । ପ୍ରତି ୬ଟି ଟେଷ୍ଟରେ ଗୋଟିଏ ପଜିଟିଭ ମାମଲା ଚିହ୍ନଟ କରାଯାଉଛି । ତେବେ ଭାରତରେ ବ୍ୟାପୁଥିବା ସଂକ୍ରମଣ KP.2 ଏବଂ KP.1 ମାମଲା କି ନୁହେଁ, ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେଣୁ ଏହାର ଭବିଷ୍ୟତକୁ ନେଇ ମଧ୍ୟ କୌଣସି ସ୍ପଷ୍ଟ କୁହାଯାଇ ପାରିବ ନାହିଁ । କିନ୍ତୁ ବର୍ତ୍ତମାନଠାରୁ ସାମାଜିକ ଦୂରତା ସହ ମାସ୍କ ଏବଂ ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ଉଚିତ୍ ।

ଜାପାନର ବୈଜ୍ଞାନିକମାନେ ଏକ ରିସର୍ଚ୍ଚରୁ ଜାଣିବାକୁ ପାଇଛନ୍ତି ଯେ, KP.2 JN.1ର ପୂର୍ବ ଭାରିଆଣ୍ଟସ ତୁଳନାରେ ଇମ୍ୟୁନ ସିଷ୍ଟମର ମୁକାବିଲା କରିବାର କ୍ଷମତା ଅଧିକ ରହିଥାଏ । ଏହାସହିତ KP.2 ଦୁନିଆର ସବୁଠାରୁ ଅପଡେଟେଡ ଟୀକାକୁ ମଧ୍ୟ ମାତ୍ ଦେଇପାରେ ବୋଲି ଦେଖାଯାଇଛି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣ ପାଇଁ କରୋନାର ନୂଆ ଭାରିଆଣ୍ଟ ଦାୟୀ ନୁହେଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.