fbpx

SSB ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ମେ ୫ରେ ମାଗଣା ସିଭିଲ୍ ସର୍ଭିସ କୋଚିଂ ପ୍ରି-କ୍ୱାଲିଫାଇଙ୍ଗ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ପ୍ରାର୍ଥୀମାନେ କିପରି ଉଚ୍ଚମାନର ପ୍ରଦର୍ଶନ କରିପାରିବେ ସେହି ଲକ୍ଷ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା ସିଭିଲ୍ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରାଯାଇଥିଲା । ଏନେଇ ଗତବର୍ଷ ମାର୍ଚ୍ଚ ମାସ ୬ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ସହିତ ରାଜ୍ୟର ୫ଟି ସହରରେ ପ୍ରାର୍ଥୀମାନେ ପରୀକ୍ଷା ଦେଇଥିଲେ । ମୋଟ ୮ ହଜାରରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ମେଧାବୀଙ୍କୁ ଚୟନ କରାଯାଇଥିଲା ।

ତେବେ ୨୦୨୪-୨୫ ଶିକ୍ଷାବର୍ଷ ସକାଶେ ଆସନ୍ତା ମାସ ୫ ତାରିଖରେ ପ୍ରି-କ୍ୱାଲିଫାଇଙ୍ଗ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ରାଜ୍ୟର ୫ଟି ଜୋନରେ ପରୀକ୍ଷା ଆୟୋଜନ କରାଯିବ । ଆସନ୍ତା ୨୯ ତାରିଖରେ ରାଜ୍ୟ ଚୟନ ବୋର୍ଡ (ଏସଏସବି) ୱେବସାଇଟରେ ଆଡମିଟ୍ କାର୍ଡ ଜାରି କରାଯିବ । ପ୍ରାର୍ଥୀମାନେ ଦ୍ୱିପ୍ରହର ୧ଟା ପରଠାରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ନୋଟିଫିକେସନ ଲିଙ୍କ: https://ssbodisha.ac.in/wp-content/uploads/2024/04/110-SSB.pdf

Get real time updates directly on you device, subscribe now.