fbpx
BJD
BJD SKY
BJD SKY

ପିଲାଙ୍କୁ କେଉଁ ବୟସରେ ଦେବେ ମୋବାଇଲ୍‌, କ’ଣ କହୁଛନ୍ତି ବିଲ୍ ଗେଟସ୍ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ୍ ଗେଟସ୍ ସେହି ଲୋକମାନଙ୍କ ତାଲିକାରେ ଆସନ୍ତି ଯେଉଁମାନେ ଟେକ୍ନୋଲଜିର ଲାଭ ଓ କ୍ଷତିକୁ ବହୁତ ଭଲ ଭାବରେ ବୁଝନ୍ତି । ଏହି କାରଣରୁ ସେ ଟେକ୍ନୋଲଜିର ପ୍ରଭାବରୁ ନିଜ ପିଲାଙ୍କୁ ରକ୍ଷା କରିବା ପାଇଁ ୧୪ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ଆଇଫୋନ୍ କିମ୍ବା ଟାବଲେଟ୍ ଦେଇ ନ ଥିଲେ ।

କିନ୍ତୁ ଏକ ସାଧାରଣ ପରିବାରରେ ପିଲାମାନଙ୍କ ଲାଗି ଏପରି କଡା ନିୟମ ଦେଖାଯିବା ବହୁତ ଦୁର୍ଲଭ । ମାତାପିତା ପିଲାଙ୍କୁ ବ୍ୟସ୍ତ ରଖିବା ପାଇଁ ନିଜେ ହିଁ ସେମାନଙ୍କୁ ସ୍ମାର୍ଟଫୋନର ମାୟାଜାଲରେ ଛନ୍ଦି ଦେଉଛନ୍ତି । ଏହି ସମୟରେ ସେମାନେ ଚିନ୍ତା କରୁନାହାନ୍ତି କି ଏହି ସ୍ମାର୍ଟଫୋନ୍ ସେମାନଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇବ । ଏହି କ୍ରମରେ ଆସନ୍ତୁ ଜାଣିବା ପିଲାଙ୍କୁ କେଉଁ ବୟସରେ ସ୍ମାର୍ଟଫୋନ୍ ଦେବା ଉଚିତ ।

ଆପଣ ନିଜ ପିଲାକୁ ସ୍ମାର୍ଟଫୋନ୍ ଦେବାକୁ ଯେତେ ଅଧିକ ସମୟ ଅପେକ୍ଷା କରିବେ ଏହା ପିଲା ପାଇଁ ସେତେ ଅଧିକ ଭଲ ହେବ । କିଛି ବିଶେଷଜ୍ଞ ପିଲାଙ୍କୁ ୧୨ ବର୍ଷ ବୟସରେ ତ ଆଉ କିଛି ବିଶେଷଜ୍ଞ ପିଲାଙ୍କୁ ୧୪ ବର୍ଷ ବୟସରେ ମୋବାଇଲ୍ ଦେବା ଉଚିତ ବୋଲି କହିଛନ୍ତି । କିନ୍ତୁ ସମସ୍ତେ ଏହି ଗୋଟିଏ କଥାରେ ସହମତ କି କମ୍ ବୟସରେ ପିଲାଙ୍କୁ ସ୍ମାର୍ଟଫୋନ୍ ଦେବା ସେମାନଙ୍କୁ ଏକପ୍ରକାର ନିଶାଗ୍ରସ୍ତ କରିବା ସହ ସମାନ ।

ବିଲ୍ ଗେଟସ୍‌ଙ୍କର ୩ ସନ୍ତାନ ରହିଛନ୍ତି । ୩ ଜଣଙ୍କ ବୟସ କ୍ରମଶଃ ୨୦,୧୭ ଓ ୧୪ । ଏମାନଙ୍କ ମଧ୍ୟରୁ କାହା ପାଖରେ ଆପଲର ଆଇଫୋନ୍ ନାହିଁ । ଏକ ସାକ୍ଷାତକାରରେ ସେ କହିଛନ୍ତି ୧୪ ବର୍ଷ ପୂର୍ବରୁ ସେ ନିଜ ପିଲାଙ୍କୁ ଫୋନ୍ ଚଲାଇବାକୁ ଅନୁମତି ଦେଇନାହାନ୍ତି ।
ବିଲ୍ ଗେଟସ୍‌ଙ୍କ ଘରେ ଫୋନ୍‌କୁ ନେଇ କିଛି ନିୟମ ତିଆରି କରାଯାଇଛି । ଏଥିମଧ୍ୟରୁ ଡିନର ଟେବୁଲରେ ଫୋନ୍ ଧରି ବସିବା ମନା ସହ ପିଲାଙ୍କ ଲାଗି ସ୍କ୍ରିନ୍ ଟାଇମ ସେଟ୍ କରିବା ସାମିଲ ରହିଛି ।
ମୋବାଇଲ୍‌ରୁ ବାହାରୁଥିବା ନୀଳ ଲାଇଟ୍ ପିଲାଙ୍କ ଆଖି ଓ ମସ୍ତିଷ୍କ ଉଭୟକୁୁ କ୍ଷତି ପହଞ୍ଚାଇଥାଏ । ଏଥିରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହିତ ଟ୍ୟୁମର ହେବାର ସମ୍ଭାବନା ବି ରହିଛି । ଏହା ସହିତ କମ୍ ବୟସରେ ଫୋନ୍ ଚଲାଉଥିବା ପିଲାମାନଙ୍କର ଶିଖିବାର କ୍ଷମତା ବି ବହୁତ କମ୍ ହୋଇଥାଏ ।

Get real time updates directly on you device, subscribe now.