fbpx
BJD
BJD SKY
BJD SKY

ଦ୍ରାବିଡଙ୍କ ସ୍ଥାନରେ କିଏ? ନୂଆ କୋଚ୍ ସନ୍ଧାନରେ BCCI: ଖୁବଶୀଘ୍ର ଆସିବ ବିଜ୍ଞପ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କୋଚ୍ ପଦବୀରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇ ଆସୁଛି । ତେଣୁ ଏବେଠାରୁ ଭାରତୀୟ କ୍ରିକେଟ ବୋର୍ଡ ନୂଆ କୋଚ୍ ଖୋଜିବା ପାଇଁ ଯୋଜନା ଆରମ୍ଭ କରିସାରିଲାଣି । ଖୁବଶୀଘ୍ର ନୂଆ କୋଚ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଅନୁମାନ କରାଯାଉଛି । ଦ୍ରାବିଡଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍ ମାସରେ ଶେଷ ହେବାକୁ ଥିବା ବେଳେ ନୂଆ କୋଚ୍ ପଦବୀ ପୂରଣ ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ କରିବ ବିସିସିଆଇ । ତେବେ ଏହି ଦାୟିତ୍ୱ ପାଇଁ ଦ୍ରାବିଡ ମଧ୍ୟ ପୁଣିଥରେ ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

୨୦୨୧ ମସିହାରେ ପ୍ରଥମ ଥର ପାଇଁ ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବରେ ଦାୟିତ୍ୱ ନେଇଥିଲେ ରାହୁଲ ଦ୍ରାବିଡ । ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ସ୍ଥାନରେ ତାଙ୍କୁ ଏହି ଦାୟିତ୍ୱ ଦେଇଥିଲା ବିସିସିଆଇ । ତେବେ ପ୍ରଥମେ ଦ୍ରାବିଡଙ୍କ ଏହି କାର୍ଯ୍ୟକାଳ ୨୦୨୩ ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ରହିଥିବା ବେଳେ ଏହାକୁ ପରେ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛି । ତେବେ ଏହାପରେ ମଧ୍ୟ ଦ୍ରାବିଡ ଦଳର କୋଚ୍ ଭାବରେ ଦାୟିତ୍ୱ ନେବାକୁ ଚାହୁଁଛନ୍ତି, ତେବେ ସେ ପୁଣିତରେ ଆବେଦନ କରିପାରିବେ ବୋଲି କହିଛନ୍ତି ବିସିସିଆଇ ସଚିବ ଜୟ ଶାହ ।

ଏ ନେଇ ଜୟ ଶାହ କହିଛନ୍ତି ଯେ, ଆଗାମୀ କିଛି ଦିନ ମଧ୍ୟରେ ନୂଆ କୋଚ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ । ଏଥର ଦୀର୍ଘ ସମୟ ପାଇଁ କୋଚ୍ ଚୟନ କରାଯିବ ବୋଲି ସେ କହିଛନ୍ତି । ତେଣୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ନୂଆ କୋଚଙ୍କୁ ନିଯୁକ୍ତି ଦେବ ବିସିସିଆଇ । ଟିମ ଇଣ୍ଡିଆରେ ବିଭିନ୍ନ ଫର୍ମାଟ ପାଇଁ ଅଲଗା ଅଲଗା କୋଚ୍ ରଖିବାର ପରମ୍ପରା ନାହିଁ । ତେବେ କ୍ରିକେଟ ଆଡଭାଇଜରୀ କମିଟିର ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ବୋର୍ଡ ସଚିବ ଜୟ ଶାହ ।

Get real time updates directly on you device, subscribe now.