fbpx
BSKY
BJD SHG SKY
BJD MC SKY

(Video) ପ୍ରଧାନମନ୍ତ୍ରୀଙ୍କ Blue Book… ଏହି ପୁସ୍ତକ ନଥିଲେ ଆସିବେନି ମୋଦୀ: ଜାଣି ରଖନ୍ତୁ ଏହାର ରହସ୍ୟ

ଓଡ଼ିଶା ଭାସ୍କର: ଆଜି ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ପୂର୍ବରୁ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରୁ ବାଣୀବିହାର ପର୍ଯ୍ୟନ୍ତ କରିବେ ମେଗା ରୋଡ ସୋ । ଏଥିପାଇଁ ପୁରା ଅଞ୍ଚଳକୁ ‘ବ୍ଲୁ ବୁକ’ ସୁରକ୍ଷା ନେଇ ବନ୍ଦୋବସ୍ତ କରାଯାଇଛି । ହେଲେ ଆମେ ସମସ୍ତେ ଜେଡ ପ୍ଲସ ସିକ୍ୟୁରିଟି ଏବଂ ଏସପିଜି କମାଣ୍ଡର କଥା ଶୁଣିଥିଲେ । ତେବେ ଏହି ବ୍ଲୁ ବୁକ ବା ନୀଳ ପୁସ୍ତିକା ପୁଣି କଣ? ଏହି ବ୍ଲୁ ବୁକ ଯଦି ଠିକ ଭାବରେ କାର୍ଯ୍ୟକାରୀ ହୋଇ ନଥିବ ତେବେ ପ୍ରଧାନମନ୍ତ୍ରୀ ମୋଦୀ ସେଠାକୁ ଗସ୍ତ କରିବେ ନାହିଁ । ମୋଦୀଙ୍କ ଗସ୍ତ ପୂର୍ବରୁ ପ୍ରଥମେ ‘ବ୍ଲୁ ବୁକ’କୁ ଭଲ ଭାବରେ କାର୍ଯ୍ୟକାରୀ କରାଯାଏ । ତେବେ ଆମେ ଆଜି ଏଠାରେ କହିବୁ ପ୍ରଧାନମନ୍ତ୍ରୀଙ୍କର ଏହି ‘ବ୍ଲୁ ବୁକ’ କଣ? ଏହା କେମିତି କାର୍ଯ୍ୟକାରୀ ହୋଇଥାଏ?

ଏସପିଜି କମାଣ୍ଡର, ଜେଡ ପ୍ଲସ ସିକ୍ୟୁରିଟି ଏବଂ ଷ୍ଟେଟ ପୋଲିସ ସମସ୍ତେ ଏହି ‘ବ୍ଲୁ ବୁକ’ ନିୟମ ମୁତାବିକ କାର୍ଯ୍ୟ କରିଥାନ୍ତି । ‘ବ୍ଲୁ ବକ’କୁ ବେଖାତିର କରିବା ଏମାନଙ୍କ ହାତରେ ନାହିଁ । ବ୍ଲୁ ବୁକ ନିୟମକୁ ଏପଟ ସେପଟ କଲେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଯଦି ଦେଖିବା ଏହି ବ୍ଲୁ ବୁକ ହେଉଛି ଏକ ଗାଇଡଲାଇନର ଦସ୍ତାବିଜ । ଯେଉଁଥିରେ ଭିଭିଆଇପି ମାନଙ୍କର ସୁରକ୍ଷାକୁ ନେଇ ନିୟମ ଏବଂ କାର୍ଯ୍ୟପନ୍ଥା ଲେଖା ରହିଥାଏ । ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାର ଭାର ଏସପିଜି ପାଖରେ ରହିଛି । ହେଲେ ଏହି ଏସପିଜି ବ୍ଲୁ ବୁକ ଅନୁଯାୟୀ କାର୍ଯ୍ୟ କରିଥାଏ ।

ଏହି ବ୍ଲୁ ବୁକରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ସବୁ କିଛି ଲେଖା ରହିଥାଏ । ଆଉ ସେହି ହିସାବରେ ହିଁ ପ୍ରୋଟୋକଲକୁ ଫଲୋ କରାଯାଏ । ଯେମିତି ଉଦାହରଣ ସ୍ୱରୁପ ପ୍ରଧାନମନ୍ତ୍ରୀ ଜନସଭାରେ ଯାଉଛନ୍ତି, ତ ସେଠାକାର ସୁରକ୍ଷା ବ୍ୟବସ୍ଥା କେମିତି ରହିବ ? ପିଏମ୍ ରାସ୍ତାରେ ଯଦି ଯିବେ ତାହେଲେ ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା କଣ ହେବ? ଯଦି ଆକାଶରେ ବିମାନ ଯୋଗେ ଯାଉଛନ୍ତି, ତ କେଉଁ ନିୟମକୁ ପାଳନ କରାଯିବ ? ଏହା ବ୍ୟତୀତ ଯଦି ମୋଦୀ କୌଣସି ବିଲଡିଂରେ ସଭା କରୁଛନ୍ତି ତାହେଲେ ସେଠାରେ ସୁରକ୍ଷା କେମିତି ରହିବ ? ଏହି ସବୁ ନିୟମ ମାନ ବ୍ଲୁ ବୁକ ବା ନୀଳ ପୁସ୍ତିକାରେ ଲେଖା ରହିଥାଏ । ଯାହାକୁ ଏବେ ଭୁବନେଶ୍ୱରରେ ମଧ୍ୟ ପାଳନ କରାଯାଇଛି ।

ବ୍ଲୁ ବୁକର ନିୟମକୁ କେବଳ ଏସପିଜି ନୁହେଁ ଷ୍ଟେଟ ପୋଲିସ ମଧ୍ୟ ମାନିବାକୁ ବାଧ୍ୟ । ବ୍ଲୁ ବୁକ ହିସାବରେ ସବୁ କାର୍ଯ୍ୟ କରିଥାଏ ଷ୍ଟେଟ ପୋଲିସ । ଗାଇଡଲାଇନ ହିସାବରେ ହିଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥାଏ । ଯଦି କିଛି ବି ଅସୁବିଧା ହୁଏ ତେବେ ଷ୍ଟେଟ ପୋଲିସକୁ ଉତ୍ତରଦାୟୀ ହେବାକୁ ପଡ଼ିଥାଏ ।

Get real time updates directly on you device, subscribe now.