fbpx
BJD
BJD SKY
BJD SKY

Post Officeର ଦମଦାର ସ୍କିମ: ମିଳିବ ମନ ମୁତାବକ ସୁଧ, ସୁରକ୍ଷିତ ରହିବ ଟଙ୍କା

ଓଡ଼ିଶା ଭାସ୍କର: ଟଙ୍କା ସଞ୍ଚୟ କରିବା ପାଇଁ ବର୍ତ୍ତମାନ ମାର୍କେଟରେ ବିଭିନ୍ନ ପ୍ରକାର ଯୋଜନା ଉପଲବ୍ଧ ରହିଛି । କିନ୍ତୁ ଟଙ୍କା ନିବେଶ କରିବା ପୂର୍ବରୁ ପ୍ରତ୍ୟେକ ଗ୍ରାହକଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଥାଏ, କେଉଁଠି ନିବେଶ କରିବା ସୁରକ୍ଷିତ? ବିଶେଷ କରି ଗ୍ରାହକ ଏଭଳି ସ୍ଥାନ ବା ସ୍କିମ ସନ୍ଧାନରେ ରହିଥାନ୍ତି, ଯେଉଁଠାରେ ସେମାନଙ୍କ ଟଙ୍କା ବୁଡ଼ି ନ ଯିବ । ତେବେ ଏଥିପାଇଁ ସବୁଠାରୁ ଲୋକାଦୃତ ପାଲଟିଛି ପୋଷ୍ଟ ଅଫିସ । ପୋଷ୍ଟ ଅଫିସର କିଛି ଯୋଜନାରେ ନିବେଶ କରିବା ସୁରକ୍ଷିତ ରହିବା ସହ ଜମା ଟଙ୍କା ଉପରେ ଅଧିକ ସୁଧ ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ପୋଷ୍ଟ ଅଫିସର ଏଭଳି କିଛି ଯୋଜନା ବିଷୟରେ…

କିସାନ୍ ବିକାଶ ପତ୍ର: ଏହି ସ୍କିମରେ ନିବେଶ କରିବା ଦ୍ୱାରା ଗ୍ରାହକଙ୍କୁ ଜମା ରାଶିର ୭.୫% ସୁଧ ମିଳିଥାଏ । କିନ୍ତୁ ଯଦି ୯ ବର୍ଷ ୭ ମାସ ପର୍ଯ୍ୟନ୍ତ ଟଙ୍କା ଛାଡ଼ି ଦିଆଯାଏ, ତେବେ ଜମା ହୋଇଥିବା ରାଶି ଦ୍ୱିଗୁଣିତ ହୋଇଯାଏ । ତେବେ ଏଥିରେ ନିବେଶ ପାଇଁ କିଛି ସର୍ତ୍ତ ରହିଥାଏ । ଏହି ସ୍କିମ ଜରିଆରେ ୧୦୦୦ ଟଙ୍କାରୁ କମ୍ ଜମା କରାଯାଇ ପାରିବ ନାହିଁ । ତେବେ ସର୍ବାଧିକ ଜମା ରାଶି ପାଇଁ କୌଣସି ସୀମା ନିର୍ଦ୍ଧାରଣ କରାଯାଇ ନାହିଁ । ଏହାକୁ ମାଚ୍ୟୁରିଟି ପୂର୍ବରୁ ମଧ୍ୟ ଭଙ୍ଗାଯାଇ ପାରିବ ।

ନେସନାଲ ସେଭିଙ୍ଗ ଟାଇମ ଡିପୋଜିଟ ଆକାଉଣ୍ଟ: ଏହି ସ୍କିମ ଜରିଆରେ ୧ ବର୍ଷ(୬.୯%), ୨ ବର୍ଷ(୭%), ୩ ବର୍ଷ(୭.୧%)ଏବଂ ୫ ବର୍ଷ(୭.୫%) ପାଇଁ ଟଙ୍କାର ନିବେଶ କରାଯାଇ ପାରିବ । ଏଥିରେ ମଧ୍ୟ ନ୍ୟୁନତମ ସୀମା ୧୦୦୦ ଟଙ୍କା ରହିଥିବା ବେଳେ ସର୍ବାଧିକ ଜମା ରାଶିର ସୀମା ନାହିଁ । ଏହାସହିତ ସମୟସୀମା ସମାପ୍ତ ହେବା ପରେ ଜମା ରାଶିକୁ ପୁଣିଥରେ ଜମା କରିବାକୁ ହେବ । ଏହାକୁ ୬ ମାସ ପୂର୍ବରୁ ବନ୍ଦ କରାଯାଇ ପାରିବ ନାହିଁ । ୧ବର୍ଷ ପୂର୍ବରୁ ଏହି ସ୍କିମରୁ ଟଙ୍କା ଉଠାଇଲେ କେବଳ ସେଭିଙ୍ଗ ଆକାଉଣ୍ଟରେ ମିଳୁଥିବା ସୁଧ ମିଳିପାରିବ ।

Get real time updates directly on you device, subscribe now.