fbpx

ବିଚାରପତି ଲୋୟାଙ୍କୁ ହତ୍ୟା କରାଯାଇଛି, ଅକ୍ଷର ଓ ସମ୍ବିଧାନ ସୁରକ୍ଷା ମଞ୍ଚ କାର୍ଯ୍ୟକ୍ରମରେ ଖୁଲାସା କଲେ ମୁମ୍ବାଇର ବରିଷ୍ଠ ସାମ୍ବାଦିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରୁନାହିଁ । ହାତଗଣତି କେତୋଟି ସଂସ୍ଥାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଗଣମାଧ୍ୟମ ଆଜି କ୍ଷମତାଶାଳୀ ବ୍ୟକ୍ତିଙ୍କ ଇସାରାରେ ପରିଚାଳିତ ହେଉଛି । ଏହାର ଫଳସ୍ୱରୂପ ପ୍ରକୃତ ଦୋଷୀ ଦଣ୍ଡ ପାଇ ପାରୁନାହିଁ । ଅସହାୟଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଗଣମାଧ୍ୟମ କାର୍ଯ୍ୟ କରିବା ଉଚିତ । ନଚେତ୍ ଏହାର କୁପ୍ରଭାବ ଆମର ଭବିଷ୍ୟତ ପୀଢ଼ିଙ୍କ ଉପରେ ପଡ଼ିବ ।

ଅକ୍ଷର ଓ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁମ୍ବାଇର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ଟକଲେ ଏହି ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରେସ୍ କ୍ଲବ ଅଫ୍ ଓଡ଼ିଶା ପରିସରରେ ଅକ୍ଷର ଓ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ‘ଆସନ୍ତୁ ଶୁଣିବା ନିରଞ୍ଜନ ଟକଲେଙ୍କୁ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି ଅବସରରେ ବିଚାରପତି ବ୍ରିଜଗୋପାଲ ହରକିଶନ ଲୋୟାଙ୍କ ରହସ୍ୟମୟ ମୃତ୍ୟୁକୁ ଲିଖିତ ପୁସ୍ତକ ‘ହୁ କିଲଡ ଜଜ୍ ଲୋୟା’ ବିଷୟରେ ଶ୍ରୀ ଟକଲେ ଆଲୋଚନା କରିଥିଲେ । ଏହି ପୁସ୍ତକରେ ଶ୍ରୀ ଟକଲେ ଜଷ୍ଟିସ ଲୋୟାଙ୍କ ହତ୍ୟାର ପର୍ଦ୍ଦାଫାସ କରିଥିଲେ । କାର୍ଯ୍ୟକ୍ରମକୁ ଅମୀୟ ପାଣ୍ଡବ ସଂଯୋଜନା କରିଥିବା ବେଳେ ସଭାପତିତ୍ୱ କରିଥିଲେ ଅଭିରାମ ମଲ୍ଲିକ ।

ସୂଚନାଯୋଗ୍ୟ ଯେ, ଜଷ୍ଟିସ ଲୋୟା ଗତ ୨୦୧୪ ମସିହା ଡିସେମ୍ବର ୧ ତାରିଖରେ ମୃତ୍ୟୁବରଣ କରିଥିଲେ । ଭୋର ୪ଟା ସମୟରେ ତାଙ୍କର ଛାତି ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଓ ସେଠାରେ ସକାଳ ୬.୧୫ରେ ସେ ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.